Home / ସଂସ୍କୃତି ଓ ପରମ୍ପରା / ଜନ୍ମାଷ୍ଟମୀ ପୂର୍ବରୁ କ୍ରୀଡାବିତ୍ ଙ୍କ ଦ୍ଵାରା ସାକ୍ଷୀଗୋପାଳ ମନ୍ଦିର ସଫେଇ

ଜନ୍ମାଷ୍ଟମୀ ପୂର୍ବରୁ କ୍ରୀଡାବିତ୍ ଙ୍କ ଦ୍ଵାରା ସାକ୍ଷୀଗୋପାଳ ମନ୍ଦିର ସଫେଇ

whatsapp image 2023 08 30 at 19.21.08

ଆସନ୍ତା ସେପ୍ଟେମ୍ୱର ମାସ ୬ ତାରିଖରେ ଅନୁଷ୍ଟିତ ହେବ ସାକ୍ଷୀଗୋପାଳ ମନ୍ଦିରର ବଡ଼ ପର୍ବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ଏହି ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ମନ୍ଦିର ଦର୍ଶନକୁ ଆସିଥାନ୍ତି।
ଭକ୍ତଙ୍କ ସମାଗମ କୁ ନଜରରେ ରଖି ଅଞ୍ଚଳର ଅଗ୍ରଣୀ କ୍ରୀଡ଼ା ଭିତ୍ତିକ ଅନୁଷ୍ଠାନ ସତ୍ୟବାଦୀ ଆଥଲେଟିକ୍ ଗୁରୁକୁଳ ର ଛାତ୍ର ଛାତ୍ରୀ ମାନେ ଆଜି ସାକ୍ଷୀଗୋପାଳ ମନ୍ଦିରର ଚାରିପଟ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି ଅବସରରେ କ୍ରୀଡାବିତ୍ ମାନେ ମନ୍ଦିର ଗର୍ଭଗୃହ, କଳାହାଟ ଦ୍ବାର, ନବଗ୍ରହ ଦ୍ଵାର, ଜଗମୋହନ, ଵେଢା ପରିସର, ଗଣେଶ ମନ୍ଦିର, ସିଂହ ଦ୍ବାର, ଜୟବିଜୟ, ସିଂହ, ପାଦପ୍ରକ୍ଷାଳନ, ଖଟଣି ରୋଷଘର ସଫେଇ, ପିତଳ କବାଟ ସଫେଇ କରିଛନ୍ତି।
ସତ୍ୟଵାଦୀ ଗୁରୁକୂଳ ଆଥଲେଟିକ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ର, ଦୌଡ଼ରାଣୀ ଆନ୍ତର୍ଜାତିୟ ପାରାଆଥଲେଟ ଜୟନ୍ତୀ ଵେହେରା, ଫିଜିଓଥେରାପିଷ୍ଟ ଡ଼ାକ୍ତର କାଜଲ ଗୋୟେଲ, ମନ୍ଦିର କାର୍ଯ୍ୟନିର୍ବାହୀ ଵିଶ୍ବଵାସୀ ତ୍ରିପାଠୀ, ବରିଷ୍ଠ ସେଵାୟତ କିଶୋର ଚନ୍ଦ୍ର ମହାପାତ୍ର, ସୁପରଭାଇଜର ବିଶ୍ଵନାଥ ମହାପାତ୍ର, ସେବାୟତ ସିଂହାରୀ ଆଲୋକ ଖୁଣ୍ଟିଆ ପ୍ରମୁଖ ସେଵାୟତ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply