Home / ସଂସ୍କୃତି ଓ ପରମ୍ପରା / ଉଦ୍ଘାଟିତ ହେଲା ଶ୍ରୀକୃଷ୍ଣ ଜନ୍ମଉତ୍ସବ -୨୦୨୩

ଉଦ୍ଘାଟିତ ହେଲା ଶ୍ରୀକୃଷ୍ଣ ଜନ୍ମଉତ୍ସବ -୨୦୨୩

whatsapp image 2023 09 05 at 22.44.07

ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଦିନଵ୍ୟାପି ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଶ୍ରୀ ସାକ୍ଷୀଗୋପାଳ ସେଵାୟତ ସଂଘ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ମୁଖ୍ୟ ଅତିଥି ଭାବରେ ସତ୍ୟଵାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ପ୍ରଦିପ ପ୍ଳଜ୍ବଳନ କରି ଉଦଘାଟନ କରିଥିଲେ। ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ପରିସର, ସମ୍ମୁଖଭାଗ ଓ ବକୁଳବନ ଆକର୍ଷଣୀୟ କରାଯିବ ବୋଲି ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟଵାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା ଆଧ୍ୟାତ୍ମିକ, ଐତିହ୍ୟ ଏବଂ ସେଵାର ମାଟି ସତ୍ୟଵାଦୀ ବିକଶିତ ପ୍ରକଳ୍ପରେ ସଭିଙ୍କ ର ସହଯୋଗ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ସେଵାୟତ ଓ ପ୍ରଶାସନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ହୋଇଥିବାରୁ ସେଵାୟତ ମାନଙ୍କର ପ୍ରତିଟି ଅଭାବ ଅସୁବିଧା ରେ ପ୍ରଶାସନ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଵାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର ଉତ୍ସବ ରେ ସଭାପତିତ୍ୱ କରି ଏକ ସ୍ଵେଚ୍ଛାସେବୀ ସଂଗଠନ ଭାବରେ ସେଵାୟତ ସଂଘ ୭୫ ବର୍ଷରେ ପଦାର୍ପଣ କରିଥିବା ସୂଚନା ଦେଇଥିଲେ। ପରିଚାଳନା କରିଥିଲେ ସଂଘ ସମ୍ପାଦକ ଵିଜୟ କୁମାର ନନ୍ଦ। କଳାକାର ମାନେ ଓଡିଶୀ, ସମ୍ଵଲପୁରୀ, ଭଜନ ନୃତ୍ୟ ଓ ସଙ୍ଗୀତ ପରିଵେଷଣ କରିଥିଲେ। ଵ୍ରହ୍ମଗିରୀ ସୃଷ୍ଟି ଗୋଟିପୁଅ ନୃତ୍ୟ ପରିଷଦର କଳାକାର ମାନେ ଆକର୍ଷଣୀୟ ଗୋଟିପୁଆ ନୃତ୍ୟ ପରିବେଷଣ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply