Home / ସଂସ୍କୃତି ଓ ପରମ୍ପରା / ଗୋବର୍ଦ୍ଧନ ପୀଠରେ ଗୋମାତାଙ୍କ ନିଧନ ପାଇଁ ଦାୟୀ କିଏ

ଗୋବର୍ଦ୍ଧନ ପୀଠରେ ଗୋମାତାଙ୍କ ନିଧନ ପାଇଁ ଦାୟୀ କିଏ

whatsapp image 2023 09 05 at 22.53.22

ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ଗୋଶାଳାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ୩୫୦ଗୋଟି ଗୋମାତା ରୁହନ୍ତି । ସେହି ଗୋଶାଳା ମଧ୍ୟକୁ ସ୍ଥାନୀୟ ଅଚିହା ସାହିରୁ ନିର୍ଗତ ଦୂଷିତ ନାଳପାଣି ଦୀର୍ଘ ଦିନ ଧରି ପ୍ରବେଶ କରୁଛି । ଯାହା ଦ୍ବାରା ଗୋମାତା ମାନେ ଏହି ପାଣି ସଂସ୍ପର୍ଶରେ ଆସି ଅସୁସ୍ଥ ହେବା ସହ ନିଧନ ହେଉଛନ୍ତି l ଗୋବର୍ଦ୍ଧନ ପୀଠ ପକ୍ଷରୁ ଦୀର୍ଘ ତିନି ବର୍ଷ ଧରି ଏହି ସମସ୍ୟା ପୁରୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଏହି ସଂପର୍କରେ କୌଣସି ପଦକ୍ଷେପ ନନେବା ଦ୍ଵାରା ବିଭିନ୍ନ ସମୟରେ ଗୋମାତାମାନେ ଏହି ଦୂଷିତ ନାଳ ପାଣି ପିଇବା ଦ୍ବାରା ସେମାନଙ୍କର ନିଧନ ଘଟୁଛି । ଗତ ଦୁଇଦିନ ୪ ଟି ଗୋମାତାଙ୍କ ନିଧନ ହେବା ଦେଖି ଗୋବର୍ଦ୍ଧନ ମଠ ତରଫରୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିବା ସହ ଏଠାରେ ଥିବା ଗୋମାତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଅଛି ।

ଏହି ସଂପର୍କରେ ଗୋବର୍ଦ୍ଧନ ପୀଠାଧିଶ୍ବର ଜଗତଗୁରୁ ଶଙ୍କରାଚର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜ ଜାଣି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିବା ସହ ପୁରୀ ଜିଲ୍ଲା ପ୍ରଶାସନକୁ ଏହାର ନିରାକରଣ ପାଇଁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ତାଗିଦ କରିଥିବାର ଗଣମାଧ୍ୟମ ପ୍ରମୁଖ ଶ୍ରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply