Home / ମୁଖ୍ୟ ଖବର / ରୂପାନ୍ତିକରଣରୁ ବାଦ ପଡିଲା ମା ‘ବାଟ ମଙ୍ଗଳା ମନ୍ଦିର ଓ ସପ୍ତଫେଣି ମହିମା ଆଶ୍ରମ.

ରୂପାନ୍ତିକରଣରୁ ବାଦ ପଡିଲା ମା ‘ବାଟ ମଙ୍ଗଳା ମନ୍ଦିର ଓ ସପ୍ତଫେଣି ମହିମା ଆଶ୍ରମ.

whatsapp image 2023 09 03 at 18.58.58

କାକଟପୁର ତା ୨/୯, ପୁରୀଜିଲ୍ଲା କାକଟପୁର ବ୍ଲକରେ ବିଭିନ୍ନ ମଠ ଓ ମନ୍ଦିରର ରୂପାନ୍ତିକରଣ ତଥା ଉନ୍ନତିକରଣ ପାଇଁ ପ୍ରାୟ 30 ଗୋଟି ପ୍ରକଳ୍ପ ଲାଗି ୧ କୋଟି ୭୮ ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବ୍ୟୟ ବରାଦ ମଞ୍ଜୁର ହୋଇଥିବାବେଳେ ରୂପାନ୍ତିକରଣ ଯୋଜନାରୁ ବାଦ ପଡିଛି କାକଟପୁର ବ୍ଲକ ଅଧିନସ୍ଥ ପାଟସୁନ୍ଦରପୁର ପଞ୍ଚାୟତର ପଥରପକା ଗ୍ରାମର ବହୁ ପୁରାତନ ଶକ୍ତିପୀଠ ମା ବାଟମଙ୍ଗଳା ମନ୍ଦିର ଓ ମହିମା ଧର୍ମାବଲମ୍ବୀ ପୀଠ ସପ୍ତଫେଣି ମହିମା ଆଶ୍ରମ l ଉକ୍ତ ପୀଠଦ୍ବୟ ପୁଣ୍ୟତୋୟା ପ୍ରାଚୀ ନଦୀର ଉତ୍ତରରେ ଏବଂ ଦେବୀ ନଦୀ ଅବବାହିକାର ଦକ୍ଷିଣରେ ଅବସ୍ଥିତ l ବହୁ ଦୂରଦୂରାନ୍ତରୁ ଅନେକ ମାତୃଭକ୍ତ ଓ ମହିମା ଧର୍ମାବଲମ୍ବୀ ମାନେ ଆସି ଦର୍ଶନ କରିବାସହିତ ପୂଜାର୍ଚ୍ଚନା କରିଥାନ୍ତି l ପ୍ରାୟ ପଚାଶ ବର୍ଷ ହେଵ ମା ବାଟ ମଙ୍ଗଳା ପୀଠରେ ପବିତ୍ର ମାଘସପ୍ତମୀ ଦିନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ l ଉପଯୁକ୍ତ ପାରିପାର୍ଶିକ ସ୍ଥିତି, ଭୋଗମଣ୍ଡପ, ଯଜ୍ଞଶାଳା, ଆନନ୍ଦବଜାର, ପାର୍କିଂ ଆଦି ନଥିବା ହେତୁ ଦୂରଦୂରାନ୍ତରୁ ଉକ୍ତ ପୀଠକୁ ଆସୁଥିବା ମାତୃଭକ୍ତ ମାନେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥାନ୍ତି l ତେଣୁ ଉକ୍ତ ପୀଠ ଦ୍ବୟକୁ ରାଜ୍ୟ ସରକାରଙ୍କ ରୂପାନ୍ତିକରଣ ଯୋଜନାରେ ସାମିଲ କରିବାପାଇଁ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ମା ବାଟ ମଙ୍ଗଳା ସୁରକ୍ଷା ମଞ୍ଚର ଆବାହକ ସନ୍ତୋଷ କୁମାର ସ୍ୱାଇଁ, କାବୁଲା ବିଶ୍ୱାଳ,ଅଜିତ କୁମାର ନାୟକ, ପବିତ୍ର ମୋହନ ସ୍ୱାଇଁ, ରୋହିତ ନାୟକ, ବାଉରୀବନ୍ଧୁ ପରିଡା, ରମାକାନ୍ତ ନାୟକ, ସୁରେଶ ନାୟକ ଓ ଟୁଲୁ ନାୟକଙ୍କ ସମେତ ସମସ୍ତ ସମସ୍ତ ଗ୍ରାମବାସୀ,ସ୍ଥାନୀୟ ଅଞ୍ଚଳର ମାତୃଭକ୍ତ ଓ ଅଲେଖ ମହିମା ଧର୍ମାବଲମ୍ବୀ ମାନେ ଦୃଢ଼ ଦାବୀ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply