Home / ରାଜନୀତି / ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କାକଟପୁର ର ବିଶିଷ୍ଟ ସାମାଜିକ କର୍ମୀ ଡ଼ଃ . ଜଗବନ୍ଧୁ ଷଡ଼ଙ୍ଗୀ

ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କାକଟପୁର ର ବିଶିଷ୍ଟ ସାମାଜିକ କର୍ମୀ ଡ଼ଃ . ଜଗବନ୍ଧୁ ଷଡ଼ଙ୍ଗୀ

whatsapp image 2023 09 16 at 19.41.32

କାକଟପୁର 16/9: ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କାକଟପୁର ର ବିଶିଷ୍ଟ ସାମାଜିକ କର୍ମୀ ତଥା ଓଡିଶା ହସ୍ତ, କୁଟୀର ଶିଳ୍ପ ର ପୂର୍ବତନ ନିର୍ଦ୍ଧେଶକ ଡ଼ଃ ଜଗବନ୍ଧୁ ଷଡ଼ଙ୍ଗୀ | ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସାଧାରଣ ସମ୍ପାଦକ ଏବଂ ପ୍ରାଚୀ ସଂସ୍କୃତି ସମିତିର ସଭାପତି ଲାଏନ୍ସ ଡ଼ ଜଗବନ୍ଧୁ ଷଡ଼ଙ୍ଗୀ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି | ଏହି ଅବସରରେ ଡ଼ଃ ଷଡ଼ଙ୍ଗୀ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ବାର୍ଷିକ ସ୍ମାରକୀ ”ସଂଘର୍ଷ” ଏବଂ ପ୍ରାଚୀ ସଂସ୍କୃତି ସମିତିର ବାର୍ଷିକ ସ୍ମାରକୀ “ପ୍ରାଚୀ ପ୍ରତିଭା” ରାଷ୍ଟ୍ରପତି ମହୋଦୟାଙ୍କୁ ପ୍ରଦାନ କରିଥିଲେ | ବିଭିନ୍ନ ପ୍ରସଙ୍ଗ ଯଥା, ଦୁର୍ନୀତି ବିରୁଦ୍ଧରେ ସଂଗଠିତ ହୋଇ ନିରବିଛିନ୍ନ ଭାବେ ଲଢେଇ ସହ ପ୍ରାଚୀ ନଦୀ ସଭ୍ୟତା ଏବଂ ଓଡ଼ିଶାର ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ସମ୍ୟକ ଆଲୋଚନା କରିଥିଲେ | ଏହି ସାକ୍ଷାତକାର ଅନୁଭୂତି ବିଷୟରେ ଡ଼ଃ ଷଡ଼ଙ୍ଗୀ କୁହନ୍ତି ଯେ, ରାଷ୍ଟ୍ରପତି ମହୋଦୟାଙ୍କୁ ଭେଟି ମୁଁ ବେଶ ଆନନ୍ଦିତ | ମୋର ବ୍ୟକ୍ତିଗତ ଜୀବନୀ ଯେମିତିକି, ବାଙ୍ଗାଲୋର / ଚେକୋସ୍ଲୋଭାକିଆରେ ମୋର ଶିକ୍ଷା, ପରିବାର, ସଂଗଠନ ଦ୍ୱାରା ଦୁର୍ନୀତି ବିରୁଦ୍ଧରେ ଲଢେଇ, ମୋ ଗାଁ କାକଟପୁର ମା ମଙ୍ଗଳାଙ୍କ ମନ୍ଦିର, ହସ୍ତଶିଳ୍ପ ଇତ୍ୟାଦି ବିଷୟରେ ରାଷ୍ଟ୍ରପତି ମହୋଦୟାଙ୍କ ଋଚି ଏବଂ ଅମାୟିକ ବାର୍ତ୍ତାଳାପ ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ | ଏହି ଖବର ଜାଣିବା ପରେ କାକଟପୁର ଅଞ୍ଚଳ ର ବୃଦ୍ଧିଜୀବୀ ମହଲରେ ଡ଼ଃ ଷଡ଼ଙ୍ଗୀ ଙ୍କୁ ପ୍ରଶଂସା ର ସୁଅ ଛୁଟିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply