ନୟାଗଡ଼,ତା-୩.୫.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ଚଳିତ ୨୦୨୬ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି

ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୧ଜଣ, ଏ-୨ରେ ୨ଜଣ, ବି-୧ରେ ୭ଜଣ, ବି-୨ରେ ୫ଜଣ ଓ ସି-ଗ୍ରେଡରେ ୧୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଜ୍ଞା ଦାସ ୫୬୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଡାକ୍ତର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ସାହୁ, ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।











