Home / ସଂସ୍କୃତି ଓ ପରମ୍ପରା / ମଙ୍ଗଳା ମନ୍ଦିର ରୂପାନ୍ତିକରଣ କାର୍ଯ୍ୟ ହେଵ ଖୁବଶୀଘ୍ର ଆରମ୍ଭ, ସେବାୟତ ନିଯୋଗ, ମନ୍ଦିର ପ୍ରଶାସନ ଏବଂ ଠିକାଦାରୀ ସଂସ୍ଥାର ମିଳିତ ବୈଠକ

ମଙ୍ଗଳା ମନ୍ଦିର ରୂପାନ୍ତିକରଣ କାର୍ଯ୍ୟ ହେଵ ଖୁବଶୀଘ୍ର ଆରମ୍ଭ, ସେବାୟତ ନିଯୋଗ, ମନ୍ଦିର ପ୍ରଶାସନ ଏବଂ ଠିକାଦାରୀ ସଂସ୍ଥାର ମିଳିତ ବୈଠକ

whatsapp image 2023 09 18 at 19.19.18

କାକଟପୁର ତା ୧୮/୯, ରାଜ୍ୟସରକାରଙ୍କର ୫ଟି ଯୋଜନା ମାଧ୍ୟମରେ ବିଭିନ୍ନ ମଠ ମନ୍ଦିରର ରୂପାନ୍ତିକରଣ କାର୍ଯ୍ୟ ଘୋଷଣା କାରାଯାଇ ଥିବାବେଳେ ମଙ୍ଗଳା ମନ୍ଦିରର ରୂପାନ୍ତିକରଣ କାର୍ଯ୍ୟର ଡିପିଆର ଓ ଏସ୍ଟିମେଟ ପ୍ରସ୍ତୁତ କାରାଯାଇ ସୋମବାର ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ଠାରେ ମନ୍ଦିର ଟ୍ରଷ୍ଟି, ସେବାୟତ ନିଯୋଗ ଓ ଠିକାଦାରୀ ସଂସ୍ଥାର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମନ୍ଦିରର ରୋଷଘର, ସେବାୟତ ନିଯୋଗ ଭବନ, ପାର୍କିଂ ସ୍ଥାନ, ପ୍ରାଚୀ ଘାଟରେ ମୁଣ୍ଡନ ଗୃହ, ଭୋଗ ଦୀପ ଦୋକାନ ଗୃହ, ମନ୍ଦିର ର ରଙ୍ଗ କାର୍ଯ୍ୟ, ମନ୍ଦିର ମରାମତି ସାଙ୍ଗକୁ ପୂର୍ବଦ୍ୱାରରେ ସ୍ୱାଗତ ତ୍ବରଣ ଓ ପାର୍କ ନିର୍ମାଣ ଆଦି କାର୍ଯ୍ୟକୁ କିଭଳି ଭାବେ ତ୍ୱରାନ୍ୱିତ କରାଯିବ ସେ ସମ୍ପର୍କରେ ଓବିସିସି ପୁରୀ ଜିଲ୍ଲାର ଜେନେରାଲ ମ୍ୟାନେଜର ଏସ ଏମ ପାଢ଼ୀ, ଠିକାଦାର ଦିପ୍ତୀରଞ୍ଜନ ମହାନ୍ତି କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ ସେବାୟତ ନିଯୋଗ ର କର୍ମକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ l ପ୍ରଥମେ ମନ୍ଦିର ବାହାରେ ସମସ୍ତ ଅଞ୍ଚଳକୁ ସୀମା ନିର୍ଦ୍ଦାରଣ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଠିକାସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା l ଏହି ବୈଠକରେ ସ୍ଥାନୀୟ ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ବିରଞ୍ଚି ନାରାୟଣ ବେହେରା, ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ, କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ, ବାଙ୍ଗୁରିଗାଁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଆଶିଷ କୁମାର ମହାପାତ୍ର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଉପସଭାପତି କମଳ ଲୋଚନ ଦୀକ୍ଷିତ, ପରାମର୍ଶଦାତା ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ,ପ୍ରଦୀପ କୁମାର ପଣ୍ଡା,ପବିତ୍ର ମୋହନ ଦୀକ୍ଷିତ, ହେମନ୍ତ କୁମାର ପାଢ଼ୀ, ମାନସ କୁମାର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply