Home / ସଂସ୍କୃତି ଓ ପରମ୍ପରା / ଗଣେଶ ପୂଜା ପାଇଁ ଝଲସୁଛି ପୁରପଲ୍ଲୀ

ଗଣେଶ ପୂଜା ପାଇଁ ଝଲସୁଛି ପୁରପଲ୍ଲୀ

whatsapp image 2023 09 19 at 19.49.31

ଶତାଧିକ ମଣ୍ଡପରେ ବିଘ୍ନରାଜଙ୍କୁ ଆରାଧନା
କାକଟପୁର ,୧୯।୯: ଅଗ୍ରପୂଜ୍ୟ ବିଘ୍ନବିନାସନ ଶ୍ରୀ ଗଣେଶଙ୍କ ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର। ହିନ୍ଦୁ ସଂସ୍କୃତିରେ ଏହି ଦିନ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଗଜାନନଙ୍କ ସ୍ୱାଗତ ପାଇଁ ଗାଁ ଠୁ ସହର ସବୁଠି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲାସା ମେଢ଼ ସାଜସଜ୍ଜା ହୋଇଛି। ସକାଳୁ ସକାଳୁ ପୂଜାସ୍ଥଳରେ ପୂଜାର୍ଚନା ଆରମ୍ଭ ହୋଇଥିଲା।ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜାଵିଧି ଅନୁଷ୍ଠିତ ହୋଇଛି।ଛାତ୍ର ଛାତ୍ରୀ ଗଜାନନଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିବା ପରେ ପ୍ରସାଦ ସେବନ କରିଛନ୍ତି।ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା ପାଇଁ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ବେଶ ଉତ୍ସବ ମୁଖର ହୋଇ ପଡିଛି । କାକଟପୁର ବ୍ଲକର ମୁଖ୍ୟ ବଜାର ଗଣେଶ ବଜାର ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହା ଧୁମଧାମ ରେ ପ୍ରଭୁ ଗଜାନନ ଙ୍କର ଶୁ ଉଚ୍ଚ ମେଢ଼ ସାଙ୍ଗକୁ ତୋରଣ ଆଲୋକ ମାଳରେ ଗଣେଶ ବଜାରକୁ ସଜ୍ଜିତ କରାଯାଇଥିଲା ପ୍ରତ୍ୟେକ ବ୍ୟବସାୟୀ ପ୍ରଭୁ ବିଘ୍ନ ବିନାଶନ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ,ସଭାପତି କମଳ ଲୋଚନ ଦୀକ୍ଷିତ ଓ କମିଟି ସଦସ୍ୟ ସମସ୍ତ ଦାଇତ୍ୱ ତୁଲାଇ ଥିବା ବେଳେ କର୍ତା ଭାବେ ତୁଷାର ରଞ୍ଜନ ଦୀକ୍ଷିତ କାର୍ଯ୍ୟକୁ ସମାପନ କରିଥିଲେ, ସେହିପରି ମଙ୍ଗଳା କ୍ରିକେଟ କ୍ଲୁବ ପକ୍ଷରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ମୂର୍ତ୍ତି ପୂଜା କରା ଯାଇଥିଲା, ସେହିପରି ଟାଉନ କ୍ଲୁବ, ମେଡିକାଲ ଛକ, ବ୍ଲୁକ ଛକ, କଲେଜ ଛକ ପ୍ରଭୁତି ସ୍ଥାନ ମାନଙ୍କରେ ବିଘ୍ନ ବିନାଶନ ଙ୍କ ପୂଜା ହୋଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply