Home / ସଂସ୍କୃତି ଓ ପରମ୍ପରା / ଭାରତ ରଙ୍ଗ ମହୋତ୍ସବ ଅବସରରେ କଳା ସଂସ୍କୃତି କୁ ପଞ୍ଚପ୍ରାଣ ସାଙ୍ଗରେ ବିକଶିତ କରିବା ପାଇଁ ନେଲେ ଶପଥ

ଭାରତ ରଙ୍ଗ ମହୋତ୍ସବ ଅବସରରେ କଳା ସଂସ୍କୃତି କୁ ପଞ୍ଚପ୍ରାଣ ସାଙ୍ଗରେ ବିକଶିତ କରିବା ପାଇଁ ନେଲେ ଶପଥ

saswattvpost

ରାଷ୍ଟ୍ରୀୟ ନାଟ୍ୟ ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଭାରତ ରଙ୍ଗ ମହୋତ୍ସବ ଅବସରରେ, ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପ୍ରାଙ୍ଗଣରେ, ସମ୍ପାଦକ ଶ୍ରୀ ବଦ୍ରିନାରାୟଣ ଖୁଣ୍ଟିଆଙ୍କ ସଭାପତିତ୍ଵରେ ଓ ଅନୁଷ୍ଠାନ ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଅପରାହ୍ନ ୪ଟା ସମୟରେ ପାଳିତ ହୋଇଯାଇଛି ଭାରତ ରଙ୍ଗ ମହୋତ୍ସବ ୨୦୨୪ । ମହାବିଦ୍ୟାଳୟର ଛାତ୍ରୀ, ଚିରସ୍ରୋତା ଖୁଣ୍ଟିଆ, ମୀରା ଦାସ, ରାଜଲକ୍ଷ୍ମୀ ନାୟକ , ଅନ୍ଵେଷା ରଥ, ସ୍ଵୟମସ୍ମିତା ସାହୁ ଏବଂ ପଲ୍ଲବୀ ଖୁଣ୍ଟିଆ ଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ବସୁଧୈବ କୁଟୁମ୍ବକମ୍। ଏହାକୁ ରଚନା କରିଥିଲେ ପୂର୍ଣ୍ଣେନ୍ଦୁ ତ୍ରିପାଠୀ , ସଙ୍ଗୀତ ନିର୍ଦେଶନା ଦେଇଥିଲେ ଗୁରୁ ଅଚ୍ୟୁତ ମହାରଣା, ବାଦ୍ୟ ରେ ଥିଲେ ସୋମ୍ୟ ରଞ୍ଜନ ନାୟକ, ନୃତ୍ୟ ନିର୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ସ୍ଵାଇଁ ।

ସର୍ବଶେଷରେ ଭାରତର କଳା ସଂସ୍କୃତି କୁ ପଞ୍ଚପ୍ରାଣ ସାଙ୍ଗରେ ବିକଶିତ କରି ଭାରତକୁ ଆଗେଇ ନେଇ ବିଶ୍ଵଗୁରୁ ବନେଇବା ପାଇଁ ଦୃଢ ସଂକଳ୍ପ ନେଇଥିଲେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ବୃନ୍ଦ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply