Home / ସ୍ୱାସ୍ଥ୍ୟ / ବିଶ୍ୱ ରକ୍ତଦାନ ଦିବସ ଅବସରରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବିଶ୍ୱ ରକ୍ତଦାନ ଦିବସ ଅବସରରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

whatsapp image 2023 10 02 at 16.21.41 2e8cda46

ବିଶ୍ୱ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଦଭାବନା ଗୃହ ପରିସରରେ ରାଜ୍ୟ ରକ୍ତ କେନ୍ଦ୍ର ର ଜିଲ୍ଲା କେନ୍ଦ୍ର ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲା ମୁଖ୍ୟଚିକିତ୍ସାଅଧିକାରୀ ଡାକ୍ତର ସୁଜାତା ମିଶ୍ର, ଜିଲ୍ଲା ରକ୍ତକେନ୍ଦ୍ର ମେଡିକାଲ ଅଧିକାରୀ ଡାକ୍ତର ଦୀପକ ସାହୁ, ଆପଣଙ୍କ ସେବାରେ ଅନୁଷ୍ଠାନ ର ରାଜ୍ୟସଭାପତି ଜିତେନ୍ଦ୍ର ମହାପାତ୍ର, ବରିଷ୍ଟ ମାର୍ଗଦର୍ଶକ ମନୋଜ ରଥ, ସମାଜସେବୀ ବଦ୍ରି ମିଶ୍ର, ଡାକ୍ତର ଲଲାଟେନ୍ଦୁ ରଥ ପ୍ରମୁଖ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ତଥା ସହଯୋଗୀ ଅନୁଷ୍ଠାନ HDFC Bank, Tata power ଓ Happness Foundation ସଦସ୍ୟ ମାନଙ୍କ ଦ୍ୱାରା 100 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଖୁସିର ବିଷୟ ଏଥିରେ 40 ରୁ ଉର୍ଦ୍ଧ ରକ୍ତଦାତା ନୂତନ ଭାବେ ରକ୍ତ ଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଆପଣଙ୍କ ସେବାରେ ଅନୁଷ୍ଠାନ ର ରାଜ୍ୟ ମହାସଚିବ ଚିତ୍ତରଞ୍ଜନ ବିଶ୍ୱାଳ, ରାଜ୍ୟ ଉପସଭାପତି ବିଜୟକୃଷ୍ଣ ବ୍ରହ୍ମl, ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଜଗଦୀଶ ପ୍ରଧାନ, ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର, ବିରଞ୍ଚି ମିଶ୍ର, ସୌମ୍ୟଶ୍ରୀ ଆଶୀର୍ବାଦମ, ଦେବେନ୍ଦ୍ର ମହାରଣା, ଲକ୍ଷ୍ମୀପ୍ରିୟା ସାହୁ, ନଳିନୀକାନ୍ତ ମିଶ୍ର, ଦେବୀପ୍ରସାଦ ବ୍ରହ୍ମl, ମିତା ବାରିକ, ଶଶାଙ୍କ ଶେଖର ପ୍ରଧାନ, ସତ୍ୟନାରାୟଣ ଜେନା, ସୁଶାନ୍ତ ଦାସ, ଭଗବାନ ମିଶ୍ର, ଜିଲ୍ଲା ରକ୍ତ କେନ୍ଦ୍ର କାଉନସିଲର ପ୍ରୀତିରଞ୍ଜନ ନାୟକ ଓ ମନୋରଞ୍ଜନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ କୁ ସୁନ୍ଦର ଓ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷଭାଗରେ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର, ସ୍ୱତନ୍ତ୍ର ଟି ସାର୍ଟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply