Home / ସ୍ୱାସ୍ଥ୍ୟ / ରକ୍ତବୀର ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ଆଦିତ୍ୟ

ରକ୍ତବୀର ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ଆଦିତ୍ୟ

bdaward

କାକଟପୁର ତା 02/10,ଦାନ ଉତ୍ସବ ସପ୍ତାହ ପାଳନ ର ପ୍ରଥମ ଦିନରେ ମିଶନ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପୁରୀ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଉଦଘାଟନ କରିଥିଲେ। ଅନୁଷ୍ଠାନ ର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ବ୍ଲଡ଼ ବ୍ୟାଙ୍କ ଅଫିସର ଦୀପକ କୁମାର ସାହୁ, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସମର୍ପଣ ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁ, ସମାଜସେବୀ ମନୋଜ ରଥ,, ଅଧ୍ୟାପକ ବିଶ୍ଵନାଥ ମିଶ୍ର ଅତିଥି ଭାବେ ଯୋଗଦେଇ ରକ୍ତଦାନ ର ଆବଶ୍ୟକତା ସଂପର୍କ ରେ ବକ୍ତବ୍ୟ ରଖିବା ସହ ଯୁବଗୋଷ୍ଠୀଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଜୟନ୍ତୀ ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର, ସଂଜୟ ମହାପାତ୍ର,ଗୋବିନ୍ଦ ପାତ୍ର, ଶିବରାମ ପ୍ରଧାନ, ଦେବରାଜ ସାହୁ, ସତ୍ୟନାରାୟଣ ସାହୁ, ସ୍ବାଧୀନ ପଣ୍ଡା,,ସତ୍ୟ ପାତ୍ର, ଡ଼ାକ୍ତର ପବିତ୍ର ପ୍ରଧାନ, ବଳରିମ ପାତ୍ର, ସାଗରିକା ରଥ, ଜୌତିମୟୀ ବିଶ୍ବାଳ, ଚାରୁଲତା ଦାସ, ବିଶ୍ବନାଥ ଦାସ, ସଚିନନ୍ଦନ ଦାଶ, ପବିତ୍ର ଦଳାଇ, ଜଗନ୍ନାଥ ଷଡଙ୍ଗୀ, ଓମ୍ ପ୍ରସାଦ ମହାନ୍ତି, ଶ୍ୟାମପ୍ରକାଶ ସେନାପତି, ଆଖଣ୍ଡଳମଣି ଯୋଗ ଶିକ୍ଷାକେନ୍ଦ୍ରର ମୁଖ୍ୟ ମନୋଜ କୁମାର ନାୟକ , ସଦାଶିବ ସଂସ୍କୃତ ପରିସରରସଦସ୍ୟ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଲାଇଭ ଟାଇମ ଆଚିଭିମେଣ୍ଟ ଓ ଅନବଦ୍ୟ ପ୍ରତିଷ୍ଠା ୧୧୧ତମ ରକ୍ତଦାନ ପାଇଁ ବଦ୍ରି ମିଶ୍ର ଓ ରକ୍ତଦାନ ରେ ଉଲ୍ଲେଖନୀୟ ସେବା ପାଇଁ କାକଟପୁର ର ଆଦିତ୍ୟ କୁମାର ରାଉତଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଦିତ କରାଯାଇଥିଲା। କାକଟପୁର ପ୍ରେସ କ୍ଲୁବ ର ବରିଷ୍ଠ ସଦସ୍ୟ ସାଥି ଆଦିତ୍ୟ ସେ 20 ବର୍ଷରେ 50 ଥର ରକ୍ତଦାନ ଦେଇ ଅନେକ ଜୀବନ ବଞ୍ଚେଇବାକୁ ଏକ ନିଶା ଭାବେ ବାଛି ନେଇଛନ୍ତି, ରକ୍ତଦାନ ମହତ ଦାନ କୁ ପାଥେୟ କରି ସେ ଆଗକୁ ବଢିବାକୁ ପ୍ରୟାସ ମଧ୍ୟ ରଖିଛନ୍ତି, ଏହି ଅବସରରେ ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ବିଦ୍ୟାଳୟ ରେ ତାଙ୍କୁ ରକ୍ତ ବୀର ଉପାଧିରେ ବିବେଚିତ କରାଯାଇ ମାନ ପତ୍ର ଓ ଉପଢୌକ ଦିଆ ଯାଇଛି ହେଲେ ସେ ସମସ୍ତ ଶ୍ରେୟ ତାଙ୍କ ସାଙ୍ଗ ସାଥି କାକଟପୁର ପ୍ରେସ କ୍ଲୁବ ଓ ଗୋପବନ୍ଧୁ ସାମାଜିକ ସଂଗଠନ କୁ ଦେବା ସହିତ ଏହି ପରି କାର୍ଯ୍ୟକ୍ରମ ଆଗକୁ ଚାଲୁ ରଖିବେ ବୋଲି ସେ ଆୟୋଜିତ ସଭାରେ ମତବ୍ୟକ୍ତ କରିଛନ୍ତି, .

SPREAD YOUR LOVE WITH YOUR FRIENDS AND FAMILY

Leave a Reply