Home / ସ୍ୱାସ୍ଥ୍ୟ / ପୁରୀରେ ଦାନ ଉତ୍ସବ”ମିଶନ ଓଡ଼ିଶା”ର ରକ୍ତଦାନ ଶିବିରରେ ସମ୍ମାନିତ ହେଲେ ସତ୍ୟବାଦୀ ର ସମାଜସେବୀ ଶୁଶାନ୍ତ ରଥ

ପୁରୀରେ ଦାନ ଉତ୍ସବ”ମିଶନ ଓଡ଼ିଶା”ର ରକ୍ତଦାନ ଶିବିରରେ ସମ୍ମାନିତ ହେଲେ ସତ୍ୟବାଦୀ ର ସମାଜସେବୀ ଶୁଶାନ୍ତ ରଥ

whatsapp image 2023 10 02 at 20.15.01 aecd31a6

ଦାନ ଉତ୍ସବ ସପ୍ତାହ ପାଳନ ଅବସରରେ ପୁରୀରେ ପ୍ରଥମ ଦିନରେ ମିଶନ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପୁରୀ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଉଦଘାଟନ କରିଥିଲେ। ଅନୁଷ୍ଠାନ ର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ବ୍ଲଡ଼ ବ୍ୟାଙ୍କ ଅଫିସର ଦୀପକ କୁମାର ସାହୁ, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସମର୍ପଣ ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁ, ସମାଜସେବୀ ମନୋଜ ରଥ,, ଅଧ୍ୟାପକ ବିଶ୍ଵନାଥ ମିଶ୍ର ଅତିଥି ଭାବେ ଯୋଗଦେଇ ରକ୍ତଦାନ ର ଆବଶ୍ୟକତା ସଂପର୍କ ରେ ବକ୍ତବ୍ୟ ରଖିବା ସହ ଯୁବଗୋଷ୍ଠୀଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସତ୍ୟବାଦୀ ର ଜଣାଶୁଣା ସମାଜସେବୀ ସୁଶାନ୍ତ କୁମାର ରଥଙ୍କୁ “ରକ୍ତବୀର” ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଜୟନ୍ତୀ ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର, ସଂଜୟ ମହାପାତ୍ର,ଗୋବିନ୍ଦ ପାତ୍ର। ଆଖଣ୍ଡଳମଣି ଯୋଗ ଶିକ୍ଷାକେନ୍ଦ୍ରର ମୁଖ୍ୟ ମନୋଜ କୁମାର ନାୟକ , ସଦାଶିବ ସଂସ୍କୃତ ପରିସରରସଦସ୍ୟ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଲାଇଭ ଟାଇମ ଆଚିଭିମେଣ୍ଟ ଓ ଅନବଦ୍ୟ ପ୍ରତିଷ୍ଠା ୧୧୧ତମ ରକ୍ତଦାନ ପାଇଁ ବଦ୍ରି ମିଶ୍ର ଓ ରକ୍ତଦାନ ରେ ଉଲ୍ଲେଖନୀୟ ସେବା ପାଇଁ କାକଟପୁର ର ଆଦିତ୍ୟ କୁମାର ରାଉତ୍,ପୁରୀ ସଦର ର ନିରଞ୍ଜନ ସ୍ବାଇଁ ଓ ସିଲୁ ରାଉତ୍, ବ୍ରହ୍ମଗିରି ର ଶ୍ରବଣ କୁମାର ଵେହେରାଙ୍କୁ ଉପଢୌକନ ଓ ମୁମେଣ୍ଟ ପ୍ରଦାନ କରାଯାଇଥିଲା। ବଦ୍ରି ମିଶ୍ରଙ୍କ ୧୧୧ତମ ରକ୍ତଦାନ ଯୁବପିଢ଼ି ପାଇଁ ପ୍ରେରଣା ସାଜିବ ଓ ସେମାନେ ମଧ୍ୟ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରଖିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିବା ସହ ତାଙ୍କର ଏହି ମାଇଲଷ୍ଟୋନ କାର୍ଯ୍ୟ ପାଇଁ ଭୂୟସୀ ପ୍ରଂସଶା କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply