Home / ରାଜନୀତି / ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ “ପ୍ରୟାସ” ପରିବାର

ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ “ପ୍ରୟାସ” ପରିବାର

dfg

କଣାସ: ତା ୪.୧୦.୨୩

ଦିନକୁ ଦିନ ଦୃତ ଜନସଂଖ୍ୟା ବୃଦ୍ଧି ସହିତ ମାନବ ସମାଜର ଆଧୁନିକ ଜୀବନ ଶୈଳୀ ପାଇଁ ବଳି ପଡୁଛି ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ଗଛ, ଫଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବିଶ୍ୱତାପନ ପରିବର୍ତ୍ତନ ହେଉଛି ଜଳବାୟୁ ଦୂଷିତ ହେଉଛି ପରିବେଶ। ଏହି ସମସ୍ୟାକୁ ଦୂର କରିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ନିହାତି ଜରୁରୀ।
ଏହି ବିଚାରକୁ ନଜରରେ ରଖି “ପ୍ରୟାସ” ସାମାଜିକ ଅନୁଷ୍ଠାନ ତରଫରୁ ଆରମ୍ଭ ହୋଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ।
ଏହି ଅବସରରେ କଣାସ ବ୍ଲକ ଖଣ୍ଡହତା ଗ୍ରାମପଞ୍ଚାୟତ ମୂଳବସନ୍ତ ଗ୍ରାମର ରାସ୍ତା କଡ଼ରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ପ୍ରୟାସ ପରିବାର।
ଯୁବ ସମାଜସେବୀ ଶ୍ରୀ କାମାକ୍ଷା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟମାନେ ବର, ଓସ୍ତ, ଲିମ୍ବ ଗଛ ସବୁ ରାସ୍ତା କଡ଼ରେ ରୋପଣ କରିଛନ୍ତି। ଆଗକୁ ଏହି ବୃକ୍ଷ ରୋପଣ କାର୍ଯ୍ୟ ଜାରିରହିବ ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply