Home / ସଂସ୍କୃତି ଓ ପରମ୍ପରା / ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସ୍ଥାପନ ହେଲା ପୁରୀ ରଥଚକ

ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସ୍ଥାପନ ହେଲା ପୁରୀ ରଥଚକ

img 20231007 wa0000

ସାକ୍ଷୀଗୋପାଳ: ତା ୬.୧୦.୨୩

ଆଜି ପବିତ୍ର ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଠାକୁର ଙ୍କ ତାଳଧ୍ଵଜ 9ରଥ ଚକ ଶ୍ରୀ ସାକ୍ଷୀଗୋପାଳ ମନ୍ଦିରକୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା କରି ନିଆଯାଇଛି । ଭୋଇ ସେବକ ମାନେ ରଥ ଚକକୁ ଆଣି ସୁନ୍ଦର ଭାବରେ ସଜାହୋଇ ରହିଥିବା ଏକ ଗାଡ଼ିରେ ରଖି ଥିଲେ । ପରେ ପରେ ଶ୍ରୀମନ୍ଦୀର ରଥ ତତ୍ତ୍ୱାବଧାକ ସୁଦର୍ଶନ ମେକାପଙ୍କ ଉପସ୍ଥିତିରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଙ୍ଘ ସଦସ୍ୟ ଓ ସେବାୟତ ମାନେ ଏହି ଚକରେ ଫୁଲମାଳ ଚନ୍ଦନ ଲଗାଇ କୀର୍ତ୍ତନ ଓ ଘଣ୍ଟଘଣ୍ଟା ମୃଦଙ୍ଗ ବାଦ୍ୟ ପରିବେଶ ମଧ୍ୟରେ ରଥଚକ ଶ୍ରୀ ସାକ୍ଷୀଗୋପାଳ ଙ୍କ ପୀଠକୁ ନେଇଥିଲେ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ପ୍ରତାପ କୁମାର୍ ମହାପାତ୍ର, ରବିନାରାୟଣ ପତ୍ରି, ସିଂହାରୀ ଆଲୋକ ଖୁଣ୍ଟିଆ, ବିଜୟ କୁମାର୍ ନନ୍ଦ, ମୋହନ୍ ମହାପାତ୍ର, ସଞ୍ଜୟ କୁମାର ନନ୍ଦ, ମୃତୁଞ୍ଜୟ ମହାପାତ୍ର ଏବଂ ଅଞ୍ଚଳର ଭକ୍ତ ମାନେ ଗୁଣ୍ଡିଚା ମନ୍ଦିରରୁ ବଡ଼ ଠାକୁରଙ୍କ ରଥ ଚକକୁ ଏକ ଧାର୍ମିକ ପରିବେଶ ମଧ୍ୟରେ ଆଣିଥିଲେ।
ସାକ୍ଷୀଗୋପାଳ ବସ ଷ୍ଟାଣ୍ଡ ଠାରୁ ରଥ ଚକ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ମନ୍ଦିର ନିକଟକୁ ନିଆଯାଇଥିଲା।
ସେଠାରେ ସେବାୟତ ସଙ୍ଘ କାର୍ଯ୍ୟଳୟ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଠାକୁରଙ୍କ ରଥ ଚକକୁ ଛୁଇଁ ଏବଂ ମଥା ଲଗାଇ ପ୍ରଭୁ କୃପା ଭିକ୍ଷା କରୁଥିବା ଦେଖାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply