Home / ସଂସ୍କୃତି ଓ ପରମ୍ପରା / ସତ୍ୟବାଦୀ ସଙ୍ଗଠନ ତରଫରୁ ସତ୍ୟବାଦୀ ରେ ଗୋପ ଜୟନ୍ତୀ ପାଳନ

ସତ୍ୟବାଦୀ ସଙ୍ଗଠନ ତରଫରୁ ସତ୍ୟବାଦୀ ରେ ଗୋପ ଜୟନ୍ତୀ ପାଳନ

whatsapp image 2023 10 09 at 17.02.22 edc82092

ସାକ୍ଷୀଗୋପାଳ : ତା ୯.୧୦.୨୩
ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୬ ତମ ଜୟନ୍ତୀ ଉପଲକ୍ଷେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ସତ୍ୟବାଦୀ ସଙ୍ଗଠନ ” ତରଫରୁ ସତ୍ୟବାଦୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ମାନଙ୍କ ଦ୍ୱାରା ସତ୍ୟବାଦୀ ର ବିଭିନ୍ନ ସ୍ଥାନ ରେ ଥିବା ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା l

ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଆଜି ଶତାଧିକ କର୍ମୀ ଙ୍କ ଗହଣରେ ପାଳନ କରାଯାଇଛି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ କାର୍ଯ୍ୟକ୍ରମ।ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ସୁଆଣ୍ଡୋକୁ ଯାଇ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।
ପରେ ପରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା ସେଠାରୁ ନାମ ସଙ୍କୀର୍ତ୍ତନ କରାଯାଇ ପଞ୍ଚସଖା ସ୍ମୃତି ପୀଠ ରେ ପଞ୍ଚମୁଖୀ ପ୍ରଦୀପ ପ୍ରଜ୍ବଳନ ସହିତ ପଞ୍ଚସଖାଙ୍କ ସମାଧୀ ପୀଠ ରେ ପୁଷ୍ପ ମାଳ ପ୍ରଦାନକରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।
ସମସ୍ତେ ନୀରବ ପ୍ରାର୍ଥନା କରିବା ପରେ ଗୋପବନ୍ଧୁ ଙ୍କ ସ୍ମୃତିଚାରଣ ସହିତ ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ପବିତ୍ର ପୀଠରେ ପଣ୍ଡିତ ରମାକାନ୍ତ କରଙ୍କ ଦ୍ବାରା ବେଦ ପାଠରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଗୁରୁ ଅଚ୍ୟୁତ ମହାରଣା ଏଵଂ ସାଥି କଳାକାର ମମତା ଶ୍ରୀଚନ୍ଦନ, ଅଶୋକ କୁମାର୍ ସାହୁ ଙ୍କ ଦ୍ଵାରା ଗୋପବନ୍ଧୁ ଙ୍କ ପ୍ରିୟ ଗୀତ ମିଶୁମୋର ଦେହ ଏଦେଶ ମାଟିରେ , ରାମ ଧୁନ ସାହିତ ଅନେକ ଭଜନ ଏବଂ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ।
ଆଜିର କାର୍ଯ୍ୟକ୍ରମ ରେ ସତ୍ୟବାଦୀ କଂଗ୍ରେସ ବ୍ଲକ ସଭାପତି ସୁବାଷ ଚନ୍ଦ୍ର ମହାପାତ୍ର, ଯୁବ କଂଗ୍ରେସ ସଭାପତି ଲିପ୍ତୀ ରଞ୍ଜନ ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ରଙ୍କ ସହିତ ଶତାଧିକ କର୍ମୀ ଏବଂ ଗୋପବନ୍ଧୁ ପ୍ରେମୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବେଳେ ଜିଲ୍ଲା କଂଗ୍ରେସ ଉପସଭାପତି ଜୟନ୍ତ କୁମାର ହୋତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ନିଜ ମତରେ ପୁଣ୍ୟ ପଞ୍ଚସଖା ପୀଠ ଭଳି ଜାତୀୟ ସମାଧୀ ସ୍ଥଳର ଅବହେଳିତ ଅବସ୍ଥାରେ ଦୁଖ ପ୍ରକାଶ କରିବା ସହିତ ସରକାର ଏଭଳି ପୀଠ ର ନିଶ୍ଚୟ ଦାୟିତ୍ଵ ନେବା କଥା ବୋଲି ମତ ପ୍ରକାଶ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply