Home / ସଂସ୍କୃତି ଓ ପରମ୍ପରା / ଶ୍ରୀକ୍ଷେତ୍ରରେ ଉତ୍କଳ ମଣି ଙ୍କୁ ଶ୍ରଦ୍ଧାଞ୍ଜଳୀ

ଶ୍ରୀକ୍ଷେତ୍ରରେ ଉତ୍କଳ ମଣି ଙ୍କୁ ଶ୍ରଦ୍ଧାଞ୍ଜଳୀ

whatsapp image 2023 10 09 at 17.18.35 dca74eb2

ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ। ସ୍ଵତନ୍ତ୍ର ଓଡିଶା ନିର୍ମାଣ ରେ ତାଙ୍କର ଅନେକ ଅବଦାନ ରହିଛି।
ଆଜି ସୋମବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୬ ତମ ଜୟନ୍ତୀ ଉପଲକ୍ଷେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ରାଜ୍ୟସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ ସହ ପ୍ରଭାତ ସମୟ ରେ ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ମାନଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନ ରେ ଥିବା ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା l ଇତ୍ୟାବଶରରେ ଉତ୍କଳମଣି ଙ୍କୁ ତାଙ୍କର ସମାଜ ପ୍ରତି ଥିବା ତ୍ୟାଗ ଓ ସେବା ନିମନ୍ତେ ତାଙ୍କୁ ମରଣତ୍ତର ଭାରତରତ୍ନ ଉପାଧି ନିମନ୍ତେ ଦାବି ସହ ସିଂହଦ୍ୱାର ସମ୍ମୁଖରେ ଏକ ଦସ୍ତଖତ ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ ରଥ, ରାଜ୍ୟ ମହାସଚିବ ଚିତ୍ତରଞ୍ଜନ ବିଶ୍ୱାଳ, ରାଜ୍ୟ ଉପସଭାପତି ବିଜୟ କୃଷ୍ଣ ବ୍ରହ୍ମl, ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଜଗଦୀଶ ପ୍ରଧାନ, ପୁରୀ ଜିଲ୍ଲା ସଚିବ ବିରଞ୍ଚି ନାରାୟଣ ମିଶ୍ର,ଗୋପୀନାଥ ସାହୁ,ବିଶିଷ୍ଟ ଶିଶୁ ସାହିତ୍ୟିକ ସୁକାନ୍ତ ପଣ୍ଡା କୃଷ୍ଣଚନ୍ଦ୍ର ମିଶ୍ର, ଦେବାନନ୍ଦ ମିଶ୍ର, ଅର୍ଜୁନ ମହାରଣା, ମନୋଜ ମିଶ୍ର, ଚନ୍ଦନ ବ୍ରହ୍ମl, ସୁଲେଖା ମିଶ୍ର, ଅନୁପମା କର, ମିତା ବାରିକ, ସତ୍ୟନାରାୟଣ ଜେନା, ଆଖଣ୍ଡଳ ମହାପାତ୍ର, ବିନୋଦ ସେନାପତି,ରା଼ଞ୍ଜୁଲତା ସାବତ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply