Home / ଅପରାଧ / ଲକ୍ଷାଧିକ ଟଙ୍କାର ବିଦ୍ୟୁତତାର ଚୋରୀ , ୨ ଗିରଫ,

ଲକ୍ଷାଧିକ ଟଙ୍କାର ବିଦ୍ୟୁତତାର ଚୋରୀ , ୨ ଗିରଫ,

କାକଟପୁର ତା ୧/୨, ( ତୁଷାର ଦୀକ୍ଷିତ) କାକଟପୁର ଥାନା ଅଧିନସ୍ଥ କୁଣ୍ଡେଶ୍ୱର ଗ୍ରାମର କୈଳାଶ ପ୍ରଧାନ ଓରଫ ଦିପୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଏବଂ ଲୁହା ଆଙ୍ଗଲ ଚୋରୀ କରି କୁଣ୍ଢେଇହାଟ ଠାରେ ଥିବା ଏକ କବାଡିଆ ଦୋକାନକୁ ଚୋରୀ ତାର ଏବଂ ଲୁହା ଆଙ୍ଗେଲ ବିକିବାକୁ ଆସିଥିବାବେଳେ କାକଟପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ କବାଡିଆ ଦୋକାନରେ ଚଢ଼ାଉ କରି ଚୋରୀ ସାମଗ୍ରୀ ଜବତ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଦିପୁ ଏବଂ କବାଡିଆ ଦୋକାନୀ ନରେନ୍ଦ୍ରପୁର ଗ୍ରାମର ପଦ୍ମନାଭ ନାଥ ଙ୍କୁ ଗିରଫ କରିଥିଲେ l ଏ ସଂକ୍ରାନ୍ତରେ କାକଟପୁର ଥାନା କେଶ ନମ୍ବର ୧୨/୨୫ ରେ ଏକ ମାମଲା ରୁଜୁ କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଚୋରୀ ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଛି ବୋଲି କାକଟପୁର ଥାନା ଏ ଏସ ଆଇ ତଥା ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ପରିଡା ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY