କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ) ୯/୧୦ :କାକଟପୁର ବ୍ଲକ ଅନ୍ତର୍ଗତ ୧୧ଗୋଟି ବିଦ୍ୟାଳୟକୁ ନେଇ ଗଠିତ ଶ୍ରୀଚନ୍ଦନପୁର ପ୍ରୋଜେକ୍ଟ ୟୁପି କ୍ଲଷ୍ଟର୍ ର ଶିଶୁ ମହୋତ୍ସବ ସୁରଭି ୨୦୨୩ କୁରୁଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଛି ।ଏହି ଶିଶୁ ମହୋତ୍ସବରେ ୧୪୦ ଛାତ୍ରଛାତ୍ରୀ ବିଭିନ୍ନ ଚିତାକର୍ଷକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।ସେମାନଙ୍କ ମଧ୍ୟରୁ ୩୬ ଜଣ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୨ଜଣ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଓ ମିଲେଟସ୍ ପ୍ରତିଯୋଗୀତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।ଏହି କାର୍ଯ୍ୟକ୍ରମ ସିଆସିସି ହିରଣ୍ୟ କଶ୍ୟପୁ ଓଝା ଓ ପ୍ରଧାନଶିକ୍ଷୟିତ୍ରୀ ଲିପାଞ୍ଜଳୀ ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା ବେଳେ ବିଦ୍ୟାଳୟ ଚେୟାରମ୍ୟାନ ସ୍ବରାଜ କୁମାର ସାହୁଙ୍କ ସମେତ ଗାଇଡ ଶିକ୍ଷକଭାବେ ପ୍ରସନ୍ନ କୁମାର ନାଥ,ରାଜକିଶୋର ରଥ, ମନ୍ମଥ ପାଳୁଆ,ରମେଶ ଚନ୍ଦ୍ର ଦାସ,ଶେଖ୍ ଫଜଲୁର ରହମାନ,ସଂଜୟ କୁମାର ସାହୁ , ଶେଖ୍ ଏଖଲାକ୍ ହୋସେନ,ପ୍ରଶାନ୍ତ କୁମାର ସ୍ବାଇଁ ,ଲିଲି ଦେଈ ଓ ଅନ୍ୟାନ୍ୟ ଶିକ୍ଷକମାନେ ଯୋଗଦାନ କରିଥିଲେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପାଞ୍ଜଳୀ ବିଶ୍ବାଳ ପ୍ରକାଶ କରିଛନ୍ତି ।
କ୍ଲଷ୍ଟସ୍ତରୀୟ ସୁରଭି ଆୟୋଜିତ











