Home / ସ୍ୱାସ୍ଥ୍ୟ / ସମ୍ପର୍କ ସ୍ଵାର୍ଥରେ ନୁହେଁ, ରକ୍ତ ରେ ଯୋଡ଼ି ହେଉ

ସମ୍ପର୍କ ସ୍ଵାର୍ଥରେ ନୁହେଁ, ରକ୍ତ ରେ ଯୋଡ଼ି ହେଉ

0f075c7a dc29 430b afd0 703b6281c730

ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସେବା ଅନୁଷ୍ଠାନ ” ବ୍ଲଡ଼ ଡୋନର ଗ୍ରୁପ ” ଜରିଆରେ ରାଜ୍ୟ ର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକ ରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ମାନ ଙ୍କୁ ସେବା ଯୋଗାଇ ଦେବା ପାଇଁ ରକ୍ତଦାତା ମାନ ଙ୍କୁ ସଂଗଠିତ କରି ୱାଟସ୍ଆପ ଗ୍ରୁପ ମାଧ୍ୟମ ରେ ତୁରନ୍ତ ରକ୍ତ ର ବ୍ୟବସ୍ଥା କରାଇବା ସହ ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇ ଯୁବକ ମାନ ଙ୍କୁ ରକ୍ତଦାନ ସମ୍ବଦ୍ଧିୟ ଉପକାରିତା ବିଷୟ ରେ ବୁଝାଇବା ସହ ସେମାନ ଙ୍କୁ ରକ୍ତଦାନ ପ୍ରତି ଆକୃଷ୍ଟ କରିବା କୁ ଉତ୍ସାହିତ କରିବା ଏବଂ କରୋନା ଓ ଡେଙ୍ଗୁ ଭଳି ମହାମାରୀ ସମୟ ରେ ରକ୍ତଦାନ ଶିବିର ର ଆୟୋଜନ ଦ୍ଵାରା ସଫଳତା ର ସହ ଆବଶ୍ୟକୀୟ ରକ୍ତ ୟୁନିଟ ସଂଗ୍ରହ କରି ରକ୍ତ ଭଣ୍ଡାର କୁ ଯୋଗାଇବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ଜୀବନ ବିନ୍ଦୁ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ତେଇଶିପୁର, ପିପିଲି ଠାରେ ସମ୍ମାନିତ ଅତିଥି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ , ନିମନ୍ତ୍ରିତ ଅତିଥି ଜାଗୃତି ମହାରଥୀ ଏବଂ ୨୪ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ଧରଣୀଧର ସାହୁ ଙ୍କ ଦ୍ଵାରା ଗ୍ରୁପ ର ମୁଖ୍ୟ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ଙ୍କୁ ଶ୍ରେଷ୍ଠ ଯୁବ ସଂଗଠକ ସମ୍ମାନ ରେ ସମ୍ମାନିତ କରାଯାଇ ଅଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply