Home / ମୁଖ୍ୟ ଖବର / ପୁରୀଜିଲ୍ଲା ଖାଦ୍ୟ ନିରୀକ୍ଷକ ଓ କାକଟପୁର ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଢ଼ାବାରେ ଚଢ଼ାଉ

ପୁରୀଜିଲ୍ଲା ଖାଦ୍ୟ ନିରୀକ୍ଷକ ଓ କାକଟପୁର ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଢ଼ାବାରେ ଚଢ଼ାଉ

whatsapp image 2023 10 13 at 19.37.14 8f2d8d5c

କାକଟପୁର ତା 13/10,ଗତ କିଛିଦିନ ତଳେ କାକଟପୁରର ଏକ ହୋଟେଲରେ ଦୋଷାରୁ ଏକ ମଲା ବିଛା ବାହାରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁରୀଜିଲ୍ଲାର ସମସ୍ତ ଖାଉଟି ମାନଙ୍କ ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ପୁରୀଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ୟୁଷ ତାରାଣିଆ ଏବଂ କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ମିଳିତ ସହଯୋଗରେ କାକଟପୁର ବଜାର ମଧ୍ୟରେ ଥିବା ବିଭିନ୍ନ ହୋଟେଲ, ରେସଟୁରାଣ୍ଟସ, ଢ଼ାବା ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା, ତିଆରି ଖାଦ୍ୟର ମାନ, ପରିବେଷଣର ପରିବେଶ, ପରିଷ୍କାର ପରିଚ୍ଛନ୍ନ୍ନତା ଓ ବହୁଦିନର ଫ୍ରୀଜିଙ୍ଗ କଞ୍ଚାମାଲ ଗୁଡିକର ମାନ ଯାଞ୍ଚ କରାଯାଇଥିଲା l ଏଥିରେ କେତେକ ହୋଟେଲ ଓ ଢାବାରେ ମାନ ଠିକ ନଥିବା ଦେଖି ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ତାରଣିଆ ବିରକ୍ତି ପ୍ରକାଶ କରିଥିଲେ l ଏହି ଚଢ଼ାଉରେ କାକଟପୁର ଥାନା ସବ-ଇନ୍ସପେକ୍ଟର ପି ପ୍ରଧାନ ଏ ଏସ ଆଇ ପି କେ ମିଶ୍ର, ବି ପଟ୍ଟନାୟକ, ଜେ ସାହୁ , ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ l ଏହି ପରିପ୍ରେକ୍ଷୀରେ କାକଟପୁର ବଜାରରେ ଥିବା ବାବାଜୀ ସାହୁ ମିଷ୍ଟାନ୍ନ ଭଣ୍ଡାର, ହୋଟେଲ ଅଶୋକା, ଟେଷ୍ଟି କର୍ଣ୍ଣର, ହୋଟେଲ ମହାବୀର, ଫୁଡ ଫ୍ୟାମିଲି ରେସଟୁରାଣ୍ଟ ଆଦି ହୋଟେଲ ଗୁଡିକରେ ଖାଦ୍ୟର ମାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକର ଯାଞ୍ଚ କରାଯାଇଥିଲା l ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ,ରେସଟୁରାଣ୍ଟ ଓ ଢ଼ାବାର ମାଲିକ ନିଜ ନିଜର ପ୍ରତିଷ୍ଠାନର ସୁପରିଚାଳନା ତଥା ସୁବ୍ୟବସ୍ଥିତ ସହ ସଂଚାଳନ କରିବାସହ ଫୂଡ଼ ଲାଇସେନ୍ସ କରିବା ପାଇଁ ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply