Home / ଆଧ୍ୟାତ୍ମିକ / ସାକ୍ଷୀଗୋପାଳ ସିଂହଦ୍ଵାରରେ ଅନୁଷ୍ଠିତ ହେଲା ତୁଳସୀ ବିବାହ ଉତ୍ସବ

ସାକ୍ଷୀଗୋପାଳ ସିଂହଦ୍ଵାରରେ ଅନୁଷ୍ଠିତ ହେଲା ତୁଳସୀ ବିବାହ ଉତ୍ସବ

tulsibibah1

ସାକ୍ଷୀଗୋପାଳ : ତା ୧୩.୧୧.୨୪
ରିପୋର୍ଟ୍ : ସିଂହାରୀ ଆଲୋକ ଖୁଣ୍ଟିଆ

ପବିତ୍ର କାର୍ତ୍ତିକ ମାସ ଗରୁଡ ଦ୍ଵାଦଶୀ ତିଥିରେ ସାକ୍ଷୀଗୋପାଳଙ୍କ ମନ୍ଦିର ନିକଟରେ ତୁଳସୀ ବିବାହ ଉତ୍ସବ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନାରାୟଣଙ୍କୁ ପଞ୍ଚାମୃତରେ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ତତ୍ ପରେ ବୈଦିକ ରୀତିନୀତି ଅନୁଯାୟୀ ଶ୍ରୀନାରାୟଣଙ୍କ ସହିତ ମା ତୁଳସୀଙ୍କ ବିବାହ କାର୍ଯ୍ୟ ପୁରୋହିତ ବଂଶୀଧର ପାଢ଼ୀ ଓ ହରିହର ମହାପାତ୍ରଙ୍କ ଦ୍ଵାରା ସମ୍ପାଦନ କରାଯାଇଥିଲା। କନ୍ୟାଘର ପକ୍ଷରୁ ବରଯାତ୍ରୀ ମାନଙ୍କୁ ସମ୍ମାନ ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

tulsibibah

ଏହି ବିବାହ କାର୍ଯ୍ୟ ରେ ମୂଖ୍ୟ ମଧ୍ୟସ୍ଥି ତଥା ଆୟୋଜକ ଭାବରେ ରାମଚନ୍ଦ୍ର ନନ୍ଦ ସମସ୍ତ କାର୍ଯ୍ୟ ତୁଲାଇଥିଲେ। କନ୍ୟା ପିତା ଭାବରେ ସତ୍ୟପ୍ରିୟ ମହାପାତ୍ର ଓ ରଞ୍ଜିତା ମହାପାତ୍ର ଏବଂ ବରପିତା ଭାବରେ ଶରତ ଚନ୍ଦ୍ର ହୋତା ଓ ସଂଯୁକ୍ତା ହୋତା ବିବାହ କାର୍ଯ୍ୟ ସମ୍ପର୍ଣ କରିଥିଲେ। ବିବାହ କାର୍ଯ୍ୟ ସରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ମହିଳା ମାନେ ବରକନ୍ୟାଙ୍କୁ ବନ୍ଦାପନା କରି ଶ୍ରୀରାମ ମନ୍ଦିର କୁ ପାଛୋଟି ନେଇଥିଲେ। ପରେ ଶହ ଶହ ସଂଖ୍ୟାରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ମହାପ୍ରସାଦ ସେବନ କରିଥିଲେ। ବିଶ୍ୱନାଥ ମହାପାତ୍ର, ରାମଚନ୍ଦ୍ର ନନ୍ଦ, ଜିତେନ୍ ମହାପାତ୍ର, ଲୋକନାଥ ବାରିକ, ରବିନ୍ଦ୍ରନାଥ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ବିବାହ ଉତ୍ସବରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY