Home / ସଂସ୍କୃତି ଓ ପରମ୍ପରା / କାର୍ତ୍ତିକ ମାସରେ କାହିଁକି କରାଯାଏ ତୁଳସୀ ପୂଜା? ଜାଣନ୍ତୁ ମହତ୍ତ୍ବ ଓ ଲାଭ

କାର୍ତ୍ତିକ ମାସରେ କାହିଁକି କରାଯାଏ ତୁଳସୀ ପୂଜା? ଜାଣନ୍ତୁ ମହତ୍ତ୍ବ ଓ ଲାଭ

tulshi

କାର୍ତ୍ତିକ ମାସ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି, ଏହି ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଏହି ମାସରେ ତୁଳସୀ ପୂଜାର ଉପକାରିତା ଜାଣିବା…

ଆସନ୍ତୁ ଏହି ମାସରେ ତୁଳସୀ ପୂଜାର ଉପକାରିତା ଜାଣିବା…

କାର୍ତ୍ତିକ ମାସ ଅକ୍ଟୋବର ୨୯ ଅର୍ଥାତ୍ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଏବଂ ତୁଳସୀଙ୍କୁ ଉତ୍ସର୍ଗୀକୃତ ଏକ ମାସ। ଏହି ପବିତ୍ର ମାସ ନଭେମ୍ବର ୨୭ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶେଷ ହେବ।

କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି। ତୁଳସୀ ପୂଜା ଏବଂ ଏହି ମାସରେ ଭଗବାନ ବିଷ୍ଣୁଙ୍କ ପୂଜା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଯଦି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତୁଳସୀ ପୂଜାକୁ ବିଶେଷ ଗୁରୁତ୍ୱ ଦିଅନ୍ତୁ। ଦୂର ହୋଇଯିବ ଆପଣଙ୍କ ସମସ୍ୟା।

କାର୍ତ୍ତିକ ମାସରେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ଦିନଗୁଡ଼ିକରେ, ପ୍ରତିଦିନ ସକାଳେ ଉଠିବା ପରେ ଗାଧୋଇ ତୁଳସୀ ଗଛରେ ପାଣି ଦେବା ଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇଯିବ।

କାର୍ତ୍ତିକ ମାସରେ, ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଗଛ ତଳେ ଏକ ଦୀପ ଜାଳନ୍ତୁ। ସନ୍ଧ୍ୟା ୫ ରୁ ୭ ମଧ୍ୟରେ ତୁଳସୀ ଗଛ ମୂଳରେ ଏକ ଦୀପ ଜାଳିବା ଶୁଭ ଫଳାଫଳ ଦେଇଥାଏ। ତୁଳସୀ ଗଛ ଚଉଁରାରେ ଏକ ସ୍ବସ୍ତିକା ପ୍ରତୀକ ମଧ୍ୟ ତିଆରି କରନ୍ତୁ।

ତୁଳସୀ ଗଛ ମୂଳରେ ଦୀପ ଜାଳିବାବେଳେ ଏହି ମନ୍ତ୍ର ଜପ କରନ୍ତୁ, ”ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟ ଧନ୍ ସମ୍ପାଦମ୍।’

SPREAD YOUR LOVE WITH YOUR FRIENDS AND FAMILY

Leave a Reply