Home / ମୁଖ୍ୟ ଖବର / ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

swarup

ଭୁବନେଶ୍ୱର: ଖ୍ୟାତନାମା ଓଡିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଶୁକ୍ରବାର ଦିନ ପରଲୋକ ହୋଇଛି। ସ୍ୱରୂପ ନାୟକ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସ୍ୱରୂପ ନାୟକ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଏବଂ ଅଭିନେତା ଥିଲେ। ସେ ଅନେକ ଓଡିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବାବେଳେ ତାଙ୍କର ଅନେକ ଲୋକପ୍ରିୟ ତଥା ହିଟ୍ ଗୀତ ରହିଛି। ସେ ଓଡିଆ ଚଳଚ୍ଚିତ୍ର “କଥାନ୍ତର” ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ସେ ପ୍ରାୟ ୪୧ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି | ସ୍ବର୍ଗତ ସ୍ୱରୂପ ନାୟକ ପ୍ରାୟ ୩୦ଟିରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଲେଖିଥିବା ବେଳେ ଗାୟକ ଭାବରେ ପ୍ରାୟ ଛଅଟି ଚଳଚ୍ଚିତ୍ରରେ ସ୍ୱର ଦେଇଛନ୍ତି। ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ | ପ୍ରଥମ ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ” ଧର୍ମପଦ”ର ଗୀତ ଓ ସଂଗୀତ ନିର୍ଦେଶନା ଦେଇଥିଲେ | ଇନଷ୍ଟିଚ୍ୟୁଟ୍ ଅଫ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜି ଦ୍ୱାରା ପ୍ରାୟୋଜିତ “ଶ୍ରୀଜଗନ୍ନାଥଙ୍କ ୧୦୮ ନାମ ସଂକୀର୍ତନ” ସ୍ୱରୂପ ନାୟକ ଙ୍କ ଶେଷ ଗୀତ ଓ ସଙ୍ଗୀତ। ତାଙ୍କ ପରଲୋକରେ ସାରା ଓଲିଇଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପ୍ରଥମ ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ” ଧର୍ମପଦ”ର ଗୀତ
https://www.idmt.in/dharmapada/

 

 

ଜୟ ଶ୍ରୀଜଗନ୍ନାଥଙ୍କ ୧୦୮ ନାମାବଳି

ଜୟ ଶ୍ରୀଜଗନ୍ନାଥଙ୍କ ୧୦୮ ନାମାବଳି କୋରସ୍

SPREAD YOUR LOVE WITH YOUR FRIENDS AND FAMILY

Leave a Reply