Home / ସଂସ୍କୃତି ଓ ପରମ୍ପରା / ଦୀପାବଳି ରେ ମଙ୍ଗଳା ମନ୍ଦିର ବେଢାରେ ଜଳିଲା 20 ଫୁଟ ର ମହମବତୀ

ଦୀପାବଳି ରେ ମଙ୍ଗଳା ମନ୍ଦିର ବେଢାରେ ଜଳିଲା 20 ଫୁଟ ର ମହମବତୀ

kalipuja

ଦୀପାବଳି ରେ ମଙ୍ଗଳା ମନ୍ଦିର ବେଢାରେ ଜଳିଲା 20 ଫୁଟ ର ମହମବତୀ ଦେଖିବାକୁ ଭକ୍ତ ଙ୍କ ଭିଡ଼

କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ) 14/11 ଗତ କାଲି ଥିଲା ଦୀପାବଳି ଅମାବାସ୍ୟା ଓ ମା କାଳୀଙ୍କ ପୂଜା ଏହି ଅବସରରେ ଜଗତ ଜନନୀ ମା ମଙ୍ଗଳା ଙ୍କ ମନ୍ଦିରରେ ଆଜକୁ ଚାରି ବର୍ଷ ହେବ କାକଟପୁର ନିକଟସ୍ଥ କୁଣ୍ଢେଶ୍ୱର ଗ୍ରାମର ସତ୍ୟପୀର ଦାସ ଓ ସାଙ୍ଗ ମାନଙ୍କ ସହିତ ମିଶି ଏହି କାର୍ଯ୍ୟ କରିବାକୁ ଇଚ୍ଛା କରିଥିଲେ ସାଙ୍ଗ ମାନେ ନିଜ ନିଜ ରୋଜଗାର ରୁ ପଇସା କିଛି କିଛି ସଞ୍ଚୟ କରି 75 କିଲୋ ମହମ ରେ ଏକ 18 ରୁ 20 ଫୁଟ ଉଚ୍ଚତା ଏବଂ ଗୋଲେଇ ପ୍ରାୟ ଦେଢ଼ ଫୁଟ ଓସାର ର ମହମବତୀ ତିଆରି କରିଥିଲେ,ଏହି ମହମବତୀ ପାଇଁ 18 ରୁ 20 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ୟପ୍ରିୟ କହିଛନ୍ତି,ମହମ ବତୀ ତିଆରି କରିବାକୁ ତାଙ୍କୁ ୩ ଦିନ ସମୟ ଲାଗିଥିଲା , ମଙ୍ଗଳା ଙ୍କ ମନ୍ଦିର ବେଢା ଭିତରେ ପବିତ୍ର ଦୀପାବଳି ଅବସରରେ ଜଳାଇଛନ୍ତି ଏହି ମହମବତୀ , ମହାମାରୀ କରୋନା ସମୟରେ ମଧ୍ୟ ଏହି ମହମ ବତୀ ଜାଳି ମାଙ୍କ ପାଖରେ ପ୍ରାର୍ଥନା କରିଥିଲେ ଯେ ସାରା ବିଶ୍ୱରୁ ଏହି ମହାମାରୀ କରୋନା ଉଭେଇ ଯାଉ, ତାଙ୍କର ଏହି ଉଦ୍ୟମକୁ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ଙ୍କ ସମେତ ମଙ୍ଗଳା ମନ୍ଦିର ସେବାୟତ ମାନେ ପ୍ରଶଂସା କରିଥିବା ବେଳେ ଗତ କାଲି ମାଙ୍କ ବେଢାରେ ମୁରୁଜ ର ଝୋଟି ପକାଇ ମାଙ୍କ ଠାରୁ ଆଜ୍ଞା ମାଳ ମହମ ବତୀ ରେ ଗୁଡ଼ାଇଲା ପରେ ଏହି ବତୀକୁ ସେବାୟତ ତାପସ କୁମାର ଦୀକ୍ଷିତ ଅଗ୍ନି ସଂଯୋଗ କରିଥିଲେ, ଏତେ ଉଚ୍ଚ ର ମହମବତୀ ଜାଳିବା ଯୋଗୁଁ ମାତୃ ଭକ୍ତ ଙ୍କ ସହିତ ସେବାୟତ ପରିବାର ମାନେ ଭିଡ ଜମାଇଥିଲେ, ଏହି ମହମବତୀ ୩ ଦିନ ଧରି ଜଳି ପାରିବ ବୋଲି ସତ୍ୟପୀର ସୂଚନା ଦେଇଛନ୍ତି, ଆଜି ମଧ୍ୟ ମହମବତୀ ପାଖରେ ଭିଡ଼ ଦେଖିବାକୁ ମିଳିଛି,

SPREAD YOUR LOVE WITH YOUR FRIENDS AND FAMILY

Leave a Reply