Home / ମୁଖ୍ୟ ଖବର / ଶିକ୍ଷାବିତ୍ ସସ୍ମିତା ମିଶ୍ରଙ୍କୁ ଉତ୍କଳମଣି ସେବା ସମ୍ମାନ

ଶିକ୍ଷାବିତ୍ ସସ୍ମିତା ମିଶ୍ରଙ୍କୁ ଉତ୍କଳମଣି ସେବା ସମ୍ମାନ

whatsapp image 2023 11 17 at 10.55.04 ac95b4f1

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପିପିଲି ପ୍ରେସ କ୍ଳବ୍ ଓ ଉତ୍କଳମଣି ସାମ୍ବାଦିକ ସଂଘ ର ମିଳିତ ଉଦ୍ୟମରେ ପିପିଲି ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ ପ୍ରେସ ଦିବସ ସମାବେଶ । ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ , ବିଧାୟକ ଅମର ପ୍ରସାଦ ଶତପଥୀ , ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ଉଦ୍ଘାଟନ କରିଥିଲେ। ଏହି ସମାବେଶରେ ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଯୁବ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାକ୍ଷୀଗୋପାଳ ରେ ପ୍ରତିଷ୍ଠା କରିଥିବା ସତ୍ୟବାଦୀ ଗୁରୁକୁଳ ସ୍କଲାର୍ଷ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମିଶ୍ରଙ୍କୁ “ଉତ୍କଳମଣି ସେବା ସମ୍ମାନ ” ପ୍ରଦାନ କରାଯାଇଛି। ଶିକ୍ଷ୍ୟା କ୍ଷେତ୍ରରେ ଅନେକ ପାରଦର୍ଶିତା ହାସଲ କରିଥିବା ଶ୍ରୀମତୀ ମିଶ୍ର ଶିକ୍ଷାନୁଷ୍ଠାନ ମଧ୍ୟମରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷ୍ୟା ପ୍ରଦାନ ସହିତ କଳା ସଂସ୍କୃତି, କ୍ରିଡ଼ା ଏବଂ ସାଧାରଣ ଜ୍ଞାନର ବିକାଶ କରି ଉଦାହରଣ ସୃଷ୍ଟି କରିଥିବାରୁ ଅତିଥି ମାନେ ପ୍ରଶଂସା କରିବା ସହିତ ଆଗକୁ ଆହୁରି ଉଚ୍ଚମାନର ଶିକ୍ଷ୍ୟା ପ୍ରଦାନ କରିବା ପାଇଁ ପ୍ରେରଣା ଯୋଗାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply