Home / ଶୋକ / ମହେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପାଣ୍ଡିଆନ

ମହେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପାଣ୍ଡିଆନ

saswattvpost

ପୁରୀ ରେ ଅନୁଷ୍ଟିତ ହୋଇଯାଇଛି ପୂର୍ବତନ ବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ସ୍ଵର୍ଗତ ମହେଶ୍ବର ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ମହାପ୍ରସାଦ ସେବନ।
ଛାତ୍ର ଅବସ୍ଥାରୁ ଆରମ୍ଭ ହୋଇଥିବା ତାଙ୍କ ରାଜନୈତିକ ଯାତ୍ରା ଜନ ସେବା, ରାଜ୍ୟ ତଥା ପୁରୀ ଜିଲ୍ଲାର ବିକାଶ ପାଇଁ ସମର୍ପିତ ଥିଲା। ତାଙ୍କ ନେତୃତ୍ଵ ଶୈଳୀ ଓ ସମର୍ପିତ ସେବା ଭାବର ଛାପ ପୁରୀ ଜିଲ୍ଲା ବାସୀଙ୍କ ହୃଦୟରେ ସର୍ବଦା ଉଜ୍ଜୀବିତ ରହିବ।
ଏହି ସଭାରେ ଓଡ଼ିଶାର ବିଧାନସଭା ବାଚସ୍ପତି ମହୋଦୟା, ନବୀନ ଓଡ଼ିଶା’ ମାନ୍ୟବର ଅଧ୍ୟକ୍ଷ ଭି କେ ପଣ୍ଡିଆନ, ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ, ବିଧାୟକ ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଙ୍କ ସହିତ ପୁରୀ ଜିଲ୍ଲାର ଅନ୍ୟ ବିଧାୟକ,‌ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୁରୀ ଜିଲ୍ଲା ଶୀର୍ଷ ନେତୃମଣ୍ଡଳୀଙ୍କ ସମେତ ମହେଶ୍ୱର ମହାନ୍ତିଙ୍କୁ ଭଲପାଉଥିବା ହଜାର ହଜାର ସଂଖ୍ୟାରେ ଜନସାଧରଣ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମହାପ୍ରସାଦ ସେବନ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply