Home / ମୁଖ୍ୟ ଖବର / ୧୦ଘଣ୍ଟିଆ ଶ୍ରମ ଆଇନ ପ୍ରତ୍ୟାହାର ପାଇଁ ଶ୍ରମିକ ବିକ୍ଷୋଭ

୧୦ଘଣ୍ଟିଆ ଶ୍ରମ ଆଇନ ପ୍ରତ୍ୟାହାର ପାଇଁ ଶ୍ରମିକ ବିକ୍ଷୋଭ

whatsapp image 2025 10 03 at 18.44.39 70ac8709

     ପୁରୀ :୩/୧୦/୨୦୨୫ – ମୋଦୀ ସରକାର୍ କର୍ପୋରେଟ ପୁଞ୍ଜିପତି ଙ୍କ ପାଇଁ ଦେଶ ରେ ଥିବା ୪୪ଟି ଶ୍ରମ ଆଇନକୁ ବଦଳାଇ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ୍ ଆଣି ଶ୍ରମିକ ଙ୍କ ଅଧିକାର କୁ ଖର୍ବ କରିଛନ୍ତି। ଶ୍ରମିକ ତାର ପ୍ରାପ୍ୟ ପାଇଁ ମଜୁରୀ ପାଇଁ ସାମାଜିକ ନିରାପତ୍ତା ପାଇଁ ଥିବା ଆଇନ କୁ ସଂଶୋଧନ କରିଦେଲେ।ଅଦ୍ୟାବଧି ଅନ୍ତର୍ଜାତୀୟ ଶ୍ରମ ସଂଗଠନ ନିଷ୍ପତି ମୁତାବକ ସର୍ବନିମ୍ନ ମଜୁରୀ ବଢିଲା ନାହିଁ। ଆମ ରାଜ୍ୟ ରେ  ବିଜେପି  ସରକାର୍ ୮ ଘଣ୍ଟା  ଶ୍ରମ  ନିର୍ଘଣ୍ଟ କୂ ୧୦ଘଣ୍ଟିଆ ରେ ପରିବର୍ତନ କରି କାର୍ଯକାରୀ କରିବା କୁ ନେଇଥିବା ନିଷ୍ପତି ଶ୍ରମିକ ବିରୋଧୀ। ମହିଳା ମାନଙ୍କୁ ସଂଧ୍ୟା ପରେ କାମ ପାଇଁ ଅନୁମତି ମଧ୍ଯ ଆଇନ ବିରୋଧି ଅଟେ। ନୂଆ କଳକାରଖାନା ଖୋଲିଲା ନାହିଁ। ମନରେଗା ରେ ମଜୁରୀ ବଢିଲା ନାହିଁ। ସ୍କିମ୍ ୱାର୍କର ମାନଙ୍କୁ ଶ୍ରମିକ ମାନ୍ୟତା ଦେଇ ସର୍ବନିମ୍ନ ମଜୁରୀ ଦେବା ଦାବି ଅସମାହିତ ରହିଛି। ସବୁଆଡେ ଠିକା ଓ ଆଉଟ୍ ସୋର୍ସିଂ ବ୍ୟବସ୍ଥା। ଶ୍ରମିକ ମାନେ ଶୋଷଣ ର ଶିକାର। ଲକ୍ଷ ଲକ୍ଷ୍ ସରକାରି ପଦବୀ ଖାଲି ପଡିଥିଲା ବେଳେ ସରକାରି ନିଯୁକ୍ତି ନାହିଁ ।ଦର ଦାମ ବଢ଼ି ଚାଲିଛି। ଲଗାମ ନାହିଁ। ଆଜି ଭାରତ ର ଟ୍ରେଡ଼ ଉନିଓନ କେନ୍ଦ୍ର CITU ପୁରୀ ଜିଲ୍ଲା କମିଟି ପକ୍ଷରୁ ଶ୍ରମିକ ମାନଙ୍କ ପଟୁଆର ପୁରୀ PKDA ଛକ ରୁ ବାହାରି ଜିଲ୍ଲା ପାଳ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ CITU ଜିଲ୍ଲା ସଂପାଦକ ଶରତ କୁମାର୍ ରାୟଗୁରୁ, ପାଚିକା ସଙ୍ଗ ର ନେତାଜଗନ୍ନାଥ୍ ଦେଓ, ପୀତବାସ ବେହେରା , ଟୁନା ନାୟକ, ସୁଜାତା ବିଶ୍ୱାସ, କାଠ ଶିଳ୍ପୀ ସଙ୍ଗ ନେତା ମନୋରଂଜନ ମହାରଣା,, ଅଟୋ ସଂଘ ନେତା କୃପାସିନ୍ଧୁ ପଣ୍ଡା, ଦାଶରଥି ସାହୁ, ଭକ୍ତ ନିବାସ କର୍ମଚାରୀ ସଙ୍ଗ ନେତା ରଶ୍ମିତା ଗୋଛିକାର, ଅମରେନ୍ଦ୍ର ନନ୍ଦ, ମ୍ୟୁନିସିପାଲଟି ଶ୍ରମିକ ନେତା ଜ୍ୟୋତି ପ୍ରକାଶ ନାୟକ, ଆଶା ନେତ୍ରୀ ବନବସିନି ମହାପାତ୍ର, ଶିକ୍ଷକ ନେତା ସୁରେନ୍ଦ୍ର ଜେନା ନିର୍ମାଣ ଶ୍ରମିକ ନେତା ଦେବ ବ୍ରତ ସାହୁ, କ୍ଷେତ୍ରବାସୀ ମହାରଣା ପ୍ରମୁଖ ବକ୍ତବ୍ୟ ରେ ରାଜନୈତିକ ଭାବେ ବିଜେପି ସରକାର୍ ଙ୍କ ନୀତି ଓ ବ୍ୟବସ୍ଥା ବିରୋଧରେ ଏକ ହୋଇ ଲଢେଇ କରିବା ସହ 

୧) ଶ୍ରମିକ୍ ବିରୋଧୀ ୪ଶ୍ରମ କୋଡ ବାତିଲ କରିବା 

୨) ସର୍ବ୍ ନିମ୍ନ ମାସିକ ମଜୁରୀ ୨୬୦୦୦ଟଙ୍କା  

୩) ଦୈନିକ ୧୦ଘଣ୍ଟିଆ ଶ୍ରମ ଦିବସ ନୀତି ପ୍ରତ୍ୟାହାର  

୪) ଆଉଟ୍ ସୋର୍ସିଂ, ଠିକା ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି 

୫) ସ୍କିମ ୱାରକର ମାନଙ୍କୁ ଶ୍ରମିକ ମାନ୍ୟତା ଦେଇ ସର୍ବ ନିମ୍ନ ମଜୁରୀ 

୬) ମନରେଗା ରେ ୨୦୦ଦିନ କାମ ଓ ୬୦୦ଟଙ୍କା ମଜୁରୀ ପାଇଁ ଦାବୀ କରିଥିଲେ। ପରେ ଜିଲ୍ଲା ପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ଦିଆଯାଇଥିଲା 

SPREAD YOUR LOVE WITH YOUR FRIENDS AND FAMILY

Leave a Reply