Home / ମୁଖ୍ୟ ଖବର / ମୋତି କଲ୍ୟାଣ ମଣ୍ଡପର ୫ମ ବାର୍ଷିକ ଉତ୍ସବ ପାଳିତ, ଅତ୍ୟାଧୁନିକ ସାଜସଜ୍ଜା ଗ୍ରାହକଙ୍କୁ ଆକୃଷ୍ଟ କରୁଛି l

ମୋତି କଲ୍ୟାଣ ମଣ୍ଡପର ୫ମ ବାର୍ଷିକ ଉତ୍ସବ ପାଳିତ, ଅତ୍ୟାଧୁନିକ ସାଜସଜ୍ଜା ଗ୍ରାହକଙ୍କୁ ଆକୃଷ୍ଟ କରୁଛି l

guesthouse

କାକଟପୁର ତା ୧୮/୧୧,(ତୁଷାର ରଞ୍ଜନ ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ଅସ୍ତରଙ୍ଗର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ମୋତି କଲ୍ୟାଣ ମଣ୍ଡପର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ମଣ୍ଡପ ଟି ଦିଲ୍ଲୀପ ବରାଳ ଙ୍କ ବୁଢ଼ୀ ମା ଯେ କି ସ୍ବର୍ଗତ ମୋତି ଦେବୀ ତାଙ୍କୁ ମନେ ପକେଇବା ପାଇଁ ବଡ଼ ପୁତ୍ର ବାମନ ଚନ୍ଦ୍ର ବରାଳ ମଣ୍ଡପ ଟି ମୋତି କଲ୍ୟାଣ ମଣ୍ଡପ ନାମରେ ନାମିତ କରିଛନ୍ତି, ଆଜି ମଣ୍ଡପଟି ୫ ବର୍ଷ ପୂରଣ କରିଥିବାବେଳେ ଏହାର ଅତ୍ୟାଧୁନିକ ସାଜସଜ୍ଜା, ଶୀତତାପ ନିୟନ୍ତ୍ରଣ କକ୍ଷ,ସଭା ସମିତି ପାଇଁ ସମ୍ମିଳନୀ କକ୍ଷ ଗ୍ରାହକ ମାନଙ୍କୁ ବେଶ ଆକର୍ଷିତ କରିଥାଏ l ବଜାରର ଚାହିଦା ଅନୁଯାୟୀ ସମସ୍ତ ଉପକରଣ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବାବେଳେ ବଜାର ଦର ଠାରୁ କମ ଦରରେ ଗ୍ରାହକଙ୍କୁ ଉପରୋକ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମଣ୍ଡପର ସତ୍ୱାଧିକାରୀ ଦିଲ୍ଲୀପ କୁମାର ବରାଳ( ମଙ୍ଗୁ ଭାଇ ) l ଆଗାମୀ ଦିନରେ ବିବାହ ଋତୁ ଏବଂ ମାଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମାନେ ଉକ୍ତ ମଣ୍ଡପ ଗ୍ରାହକଙ୍କର ସମସ୍ତ ଚାହିଦା ପୂରଣ କରିବ ବୋଲି କାକଟପୁରର ବରିଷ୍ଠ ଆଇନୀଜୀବୀ ତଥା ସହପାଠୀ ଶେଖ ହାସନ,କାକଟପୁର ପ୍ରେସ କ୍ଲବ ର ସଭାପତି ତଥା ସହପାଠୀ କମଳ ଲୋଚନ ଦୀକ୍ଷିତ, କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ, ସେବାୟତ ମାନସ କୁମାର ଦୀକ୍ଷିତ, ଅକ୍ଷୟ ପ୍ରସାଦ ମହାନ୍ତି, ଧିରେନ ଚାନ୍ଦ, ନଳିନୀ କାନ୍ତ ଦୀକ୍ଷିତ, ଶ୍ରୀଧର ବିଶୋଇ, ଅଭୟ ମହାନ୍ତି, ମହେଶ୍ୱର ମହାନ୍ତି, ମନୋଜ କୁମାର ସାମଲ, ଯୁଗାନ୍ତ ନାରାୟଣ ତ୍ରିପାଠୀ ପ୍ରମୁଖ ଜଣାଇଛନ୍ତି.

SPREAD YOUR LOVE WITH YOUR FRIENDS AND FAMILY

Leave a Reply