Home / ସାମାଜିକ / ମା ମଙ୍ଗଳା ଯାତ୍ରା ପରିବାର ପକ୍ଷରୁ ନାଟକ ମଞ୍ଚସ୍ଥ,

ମା ମଙ୍ଗଳା ଯାତ୍ରା ପରିବାର ପକ୍ଷରୁ ନାଟକ ମଞ୍ଚସ୍ଥ,

sfdg

କାକଟପୁର ତା ୨୮/୧୧,
( ତୁଷାର ଦୀକ୍ଷିତ )
କାକଟପୁର ପ୍ରାଚୀବିହାର ସ୍ଥିତ ମା ମଙ୍ଗଳା ଯାତ୍ରା ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ୨ ଦିନ ବ୍ୟାପୀ ନାଟକ ମଞ୍ଚସ୍ଥ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗତ ମଙ୍ଗଳବାର ଦିନ ଅନୁଷ୍ଠାନର ସଭାପତି ମାନସ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଙ୍ଗଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ବେହୁରା, ସମ୍ମାନିତ ଅତିଥି ଭାବେ କାକଟପୁର ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ କମଳ ଲୋଚନ ଦୀକ୍ଷିତ, କାକଟପୁର ସରପଞ୍ଚ ଅଭୟ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ମଙ୍ଗଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସଂଗ୍ରାମ ଛାଟୋଇ, ରାଜନୀତି ବିଜ୍ଞାନ ଅଧ୍ୟାପକ ଲଲାଟେନ୍ଦୁ ସ୍ୱାଇଁ, ଶିକ୍ଷକ ନେତା ତଥା କବି ହୃଦାନନ୍ଦ ସାସମଲ ପ୍ରମୁଖ ଯୋଗଦେଇ ସମାଜରେ ଘଟୁଥିବା ବିଭିନ୍ନ କୁସଂସ୍କାରକୁ ରୋକିବା ପାଇଁ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ କୂପଥଗାମୀ ହେଉଥିବା ଯୁବସମାଜକୁ ମୁଖ୍ୟସ୍ରୋତକୁ ଫେରାଇଆଣିବା ଏହା ଏକ ଉତ୍ତମ ମାଧ୍ୟମ ବୋଲି ଆଲୋକପାତ କରିଥିଲେ l ଯାତ୍ରା ପରିବାରର କଳାକାର ମାନସ, ଯତୀନ, ଚଗଲା, ପ୍ରଦେଶ, ମୁରଲୀ, ଅଞ୍ଜନା, ମଇନାଙ୍କ ସମେତ ସମସ୍ତ କଳାକାରର ଦ୍ୱାରା ପରିବେଷିତ ଓ ଧ୍ରୁବଚରଣ ଖୁଣ୍ଟିଆ ନିର୍ଦ୍ଦେଶିତ ପ୍ରଥମ ରାତ୍ରିର ନାଟକ ‘ମନ କିଣିନେଲା କଳାନାଗର ‘ ଓ ଦ୍ଵିତୀୟ ରାତ୍ରିର ନାଟକ ‘ରଙ୍ଗିଲା ରାଧିକା ରଜନୀ ଗନ୍ଧା ‘ ଦର୍ଶକଙ୍କ ଦ୍ୱାରା ବେଶ ପ୍ରଶଂସା ସାଉଁଟିଥିଲା l

SPREAD YOUR LOVE WITH YOUR FRIENDS AND FAMILY