Home / ରାଜନୀତି / ସତ୍ୟବାଦୀ ରେ କଂଗ୍ରେସର ତୁଳସୀ ଯାତ୍ରାକୁ ବିପୁଳ ସ୍ୱାଗତ

ସତ୍ୟବାଦୀ ରେ କଂଗ୍ରେସର ତୁଳସୀ ଯାତ୍ରାକୁ ବିପୁଳ ସ୍ୱାଗତ

tulasiyatra

ଆଜି ରାଜ୍ୟ କଂଗ୍ରେସ ର ଅନୁଷ୍ଟିତ ହୋଇଯାଇଛି ତୁଳସୀ ଯାତ୍ରା । ଓଡିଶାର ୩୧୪ ବ୍ଲକ୍ ରୁ ତୁଳସୀ ପତ୍ର ସଂଗ୍ରହ କରାଯାଇ କଂଗ୍ରେସ ନେତା ଓ କର୍ମୀ ସମସ୍ତେ ଭୁବନେଶ୍ୱର କଂଗ୍ରେସ ଭବନରେ ଏକାଠି ହୋଇ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରାରେ ସଂଗୃହିତ ତୁଳସୀ ପୁରୀ ଅଭିମୁଖେ ଯିବା ସମୟରେ ସତ୍ୟବାଦୀ କଂଗ୍ରେସ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା।
ସତ୍ୟବାଦୀ କଲେଜ ଛକରେ ସତ୍ୟବାଦୀ କଂଗ୍ରେସ ର ଶତାଧିକ କର୍ମୀ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ ଏକାଠି ହୋଇ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଯାଉଥିବା ତୁଳସୀ ଯାତ୍ରା କୁ ନାମ ସଙ୍କୀର୍ତ୍ତନ ସହିତ ହରିବୋଲ ହୁଳହୁଳି ଦେଇ ସ୍ବାଗତ କରିଥିଲେ।

ସଂଗୃହିତ ତୁଳସୀକୁ ଏକ ଭବ୍ୟ ଶୋଭାଯାତ୍ରାରେ ସରଧାବାଲି ଠାରୁ ପଦଯାତ୍ରାରେ ନେଇ ଶ୍ରୀମନ୍ଦିରରେ ଶ୍ରୀଜୀଉ ଙ୍କୁ ଅର୍ପଣ କରଯାଇଥିଲା।

ଆଜି ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିଥିବା କଂଗ୍ରେସ ଏହି ଦାବି ସମ୍ପର୍କରେ ପୁଣିଥରେ ସରକାରଙ୍କୁ ମନେ ପାକାଇ ଦେଈଛି ।
ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବା, ରତ୍ନ ଭଣ୍ଡାର ଗଣତି, ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମିକୁ ଫେରସ୍ତ ଓ ଭୂମିହୀନ ସେବାୟତଙ୍କୁ ଭୂମି ଦେବା ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଦୁଇ ଦୁଇ ଥର ଆନ୍ଦୋଳନ କରାଯାଇଥିଲା । କଂଗ୍ରେସର ବାରମ୍ବାର ଚେତାବନୀ ସତ୍ତ୍ବେ ରାଜ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ୪ଦ୍ବାର ବନ୍ଦ ରହିବା ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବା ଫଳରେ କେତେକ ଭକ୍ତ ବେହୋସ ହୋଇଯାଉଛନ୍ତି। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଶ୍ରୀ ମନ୍ଦିର କୁ ନେଇ ମନରେ ବଢ଼ି ଚାଲିଛି ଆକାଂକ୍ଷା ଉଦ୍ଦୀପନା ଆଜି ଏବଂ ଆଗରୁ ମଧ୍ୟ ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବା,ରତ୍ନ ଭଣ୍ଡାର ଗଣତି, ଏବଂ ବିଭିନ୍ନ ଅଧିକାର ପାଇଁ କଂଗ୍ରେସର ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ସତ୍ୟବାଦୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ

SPREAD YOUR LOVE WITH YOUR FRIENDS AND FAMILY

Leave a Reply