Home / ସାମାଜିକ / ବାଳକାଟିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ମହୋତ୍ସବ ପାଳିତ

ବାଳକାଟିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ମହୋତ୍ସବ ପାଳିତ

ତା୧୯/୧/୨୦୨୪। (ବାଳକାଟି) – ବାଳକାଟି ସତସଙ୍ଗ ବିହାର ଆନୁକୁଲ୍ୟରେ , ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ପାଳିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ମହୋତ୍ସବ, ତଥା ବାଳକାଟି ସତସଙ୍ଗ ବିହାରର ଅଷ୍ଟମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ। ପ୍ରାତଃ ସମୟରେ ଉଷା କୀର୍ତ୍ତନ ପରେ ପରେ ଉଷା ବିନତୀ ପ୍ରାର୍ଥନା କରାଯାଇଥିଲା। ତତ୍ପରେ ଶ୍ରୀ ଶ୍ରୀ ଠାକୁରଙ୍କର ଶୋଭାଯାତ୍ରା ସହ ନଗର ପରିକ୍ରମା ହୋଇଥିଲା। ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ ଆୟୋଜିତ ହୋଇଥିଲା ଭଜନାଞ୍ଜଳି କାର୍ଯ୍ୟକ୍ରମ।

ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ, ସହପ୍ରତି ଋତ୍ୱିକ୍ ସ୍ବାଇଁଶ୍ରୀ ନୃସିଂହ ଶ୍ରୀଚନ୍ଦନ ଏବଂ ସହପ୍ରତି ଋତ୍ୱିକ୍ ମୃତ୍ୟୁଞ୍ଜୟ ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ସୁନାମ ଧନ୍ଯ କଣ୍ଠଶିଳ୍ପୀ ଶ୍ରୀ କେଶବ ସାହୁ ଆହ୍ୱାନୀ ଗାନ କରିଥିଲେ। ତତ୍ପରେ ଶ୍ରୀଯୁକ୍ତ ସ୍ବାଇଁଶ୍ରୀ ନୃସିଂହ ଶ୍ରୀଚନ୍ଦନ ଙ୍କ ପୌରହିତ୍ୟରେ ସତସଙ୍ଗ ସଭା କାର୍ଯ୍ୟ ର ଶୁଭାରମ୍ଭ ହୋଇଥିଲା। ପରେ ପରେ ବିଷ୍ଣୁ ଚରଣ ବୋଇତାଇଙ୍କ ଦ୍ଵାରା ସତ୍ୟାନୁସରଣ ପାଠ କରାଯାଇଥିଲା। ସତସଙ୍ଗ ରେ ଭଜନ ଏବଂ ଅନୁଭୂତିର କଥା ଶୁଣି ଭକ୍ତ ମାନେ ବିଭୋର ହୋଇ ପଡ଼ିଥିଲେ। ଏହାପରେ ମୁଖ୍ୟ ବକ୍ତା ରୁପେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ ସଦାଲୋଚନା କରିଥିଲେ।

ସର୍ବ ଶେଷରେ ଶ୍ରୀ ଦୀପକ କୁମାର ମହାପାତ୍ର ସମାପନୀ ସଙ୍ଗୀତ ଗାନ କରିଥିଲେ ଏବଂ ସହପ୍ରତି ଋତ୍ୱିକ୍, ଅଧିକାରୀ ମୃତ୍ୟୁଞ୍ଜୟ ଦାସ ସତସଙ୍ଗ ସଭା ସମାପନ କରିଥିଲେ। ଏହାପରେ ମଞ୍ଚ ଉପରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ କୁନି କୁନି ପିଲାମାନେ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏବଂ ପରେ ପରେ ଘ୨: ୩୦ଟିକା ରେ ଅନୁଷ୍ଠିତ ହୋଇଥିଲା ମାତୃ ସମ୍ମିଳନୀ।

ଏହି ମହୋତ୍ସବରେ ବାଳକାଟି ସତସଙ୍ଗ କେନ୍ଦ୍ରର କର୍ମୀ ସର୍ବଶ୍ରୀ ସରୋଜ କୁମାର ସାହୁ, ଅନିଲ କୁମାର ନାୟକ, ଶେଷଦେବ ଖଟୁଆ, ସନ୍ତୋଷ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ, ବୈକୁଣ୍ଠ ବେହେରା , ମନୋଜ ନାୟକ, ବିଷ୍ଣୁ ଚରଣ ବୋଇତାଇ, ଅଧିକାରୀ ମୃତ୍ୟୁଞ୍ଜୟ ଦାସ (ସହପ୍ରତି ଋତ୍ୱିକ୍) , ରତ୍ନାକର ସ୍ବାଇଁ (ସହପ୍ରତି ଋତ୍ୱିକ୍), ସ୍ବାଇଁଶ୍ରୀ ନୃସିଂହ ଶ୍ରୀଚନ୍ଦନ (ସହପ୍ରତି ଋତ୍ୱିକ୍), ଏବଂ ବିପିନ ବିହାରୀ ନାୟକ (ସହପ୍ରତି ଋତ୍ୱିକ୍) ସହଯୋଗ କରିଥିଲେ।

ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସତସଙ୍ଗରେ ପ୍ରାୟ ୨୦୦୦ ଭକ୍ତଙ୍କ ସମାଗମ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY