Home / ଶିକ୍ଷା / ମଙ୍ଗଳା ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଦନା

ମଙ୍ଗଳା ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଦନା

img 20231201 210322

କାକଟପୁର(ତୁଷାର ଦୀକ୍ଷିତ ) ତା 1/12. ମଙ୍ଗଳା ମହାବିଦ୍ୟାଳୟର କନିଷ୍ଠ କିରାଣୀ ପବିତ୍ର ଦୀକ୍ଷିତଙ୍କ ଆଜି ମଙ୍ଗଳା ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି l ଅବସର ପରେ ମଙ୍ଗଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ l ଶ୍ରୀଯୁକ୍ତ ଦୀକ୍ଷିତ ତାଙ୍କ ଚାକିରୀ କାଳ ମଧ୍ୟରେ ଅନେକ ଝଡଝଞ୍ଜା ସହିବା ସହିତ କେବଳ ପରିଚାଳନା କମିଟି ମାଧ୍ୟମରେ ସ୍ୱଳ୍ପ ଦରମା ପାଇ ଚଳି ଆସୁଥିଲେ l ତାଙ୍କ ଅବସର କାଳୀନ ସମ୍ବର୍ଦ୍ଦନା ସଭାରେ ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପବିତ୍ରଙ୍କ କାର୍ଯ୍ୟକଳାପ, ମିଷ୍ଟଭାଷା, ପରକୁ ଆପଣାର କରିବାର ବ୍ୟବହାର ଓ କାର୍ଯ୍ୟରେ ନିପୁଣତା ତାଙ୍କ ଚାକିରୀ ଜୀବନକୁ କିଭଳି ରଶାଣିତ କରିଥିଲା ତାହା ବଖାଣିଥିଲେ l ଅପରପକ୍ଷରେ ଶ୍ରୀ ଦୀକ୍ଷିତ ଚାକିରିରେ ଥାଇ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଘରୋଇ ଭାବେ ଶିକ୍ଷାଦାନ କରି ମେଧାବୀ କରିବାରେ ବେଶ ପାରଙ୍ଗମ ଥିଲେ l ଶ୍ରୀ ଦୀକ୍ଷିତ କାକଟପୁର ମଙ୍ଗଳା ମନ୍ଦିର ସେବାୟତ ନିଯୋଗର ଦୀର୍ଘ ୯ ବର୍ଷ କାଳ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଅଞ୍ଚଳରେ ବେଶ ପରିଚିତ ହୋଇପାରିଛନ୍ତି l ସର୍ବଶେଷରେ ସ୍ଥାନୀୟ ସ୍ୱମେଶ୍ୱର ମନ୍ଦିରରେ କଲେଜର କର୍ମଚାରୀ ଏବଂ ସେବକ ସମିତି ର ସମସ୍ତ ସେବାୟତଙ୍କୁ ପ୍ରସାଦ ସେବନ କରାଇ ଆପ୍ୟାୟିତ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply