Home / ରାଜନୀତି / ସତ୍ୟବାଦୀରେ “ପ୍ରୟାସ” ର ନୂତନ ଗୃହ ଉଦ୍ଘାଟନ

ସତ୍ୟବାଦୀରେ “ପ୍ରୟାସ” ର ନୂତନ ଗୃହ ଉଦ୍ଘାଟନ

whatsapp image 2023 12 02 at 16.30.04 08321bb1

ଏଥର ଜନସାଧାରଣ ଙ୍କ ସହିତ ଯୋଡି ହେବ ଅନୁଷ୍ଠାନ

ସାକ୍ଷୀଗୋପାଳ ଜୟପୁର ଛକ ତଥା ଜାତୀୟ ରାଜପଥ କଡରେ ସାମାଜିକ ଅନୁଷ୍ଠାନ “ପ୍ରୟାସ” ର ନୂତନ କାର୍ଯ୍ୟଳୟ ଗୃହ ଉଦ୍ଘାଟନ ହୋଇଛି  । ସୁଚନା ରହିଛି ଯେ ଯୁବ ସମାଜ ସେବୀ କାମାକ୍ଷା ପ୍ରସାଦ ପ୍ରଧାନ ଙ୍କ ନେତୃତ୍ଵରେ ଗଢି ଉଠିଥିବା ପ୍ରାୟାସ ଅନୁଷ୍ଠାନ ତରଫରୁ ସାରା ସତ୍ୟବାଦୀ ରେ ସେବା କାର୍ଯ୍ଯ ଜାରି ରହିଛି। ଜନ ସାଧାରଣ ଙ୍କ ହକ୍ ପାଇଁ ଲଢେଇ, ଅଗ୍ନି ବିପନ୍ନଙ୍କୁ ସହାୟତା, ବନ୍ୟା ସମୟରେ ସହାୟତା ଏବଂ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ କରି ଆସନ୍ତା ନିର୍ବାଚନ ରେ ପ୍ରାର୍ଥୀହେବା ଲକ୍ଷ ନେଇ କାମାକ୍ଷା ପ୍ରଧାନ ଙ୍କ ପ୍ରୟାସ ସଂଗଠନ ର ନୂତନ ଗୃହ ପ୍ରତିଷ୍ଠା କରଯାଇଛି । ଏହି ଅବସରରେ ଆସନ୍ତା ନିର୍ବାଚନ ରେ ବିଜେପି ରୁ ଲଢ଼ିବାକୁ ନିଷ୍ପତି ନେଇପାରନ୍ତି କାମାକ୍ଷା ପ୍ରଧାନ ବୋଲି ମତ ରଖିଛନ୍ତି ଅନୁଷ୍ଠାନର ମୂଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ଜଗଦେଵ।
ନିଜର ବଳିଷ୍ଠ ନେତୃତ୍ୱ ଏବଂ ଜନସାଧାରଣ ଙ୍କ ସୁଖଦୁଃଖ ର ସାଥୀ ହୋଇ ସତ୍ୟବାଦୀ ରେ ଅହରହ ଜନସାଧାରଣ ଙ୍କ ସେବା କରୁଥିବାରୁ ଯୁବ ନେତା କାମାକ୍ଷା ପ୍ରଧାନଙ୍କ ଲୋକପ୍ରିୟତା ସତ୍ୟବାଦୀ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply