Home / ମୁଖ୍ୟ ଖବର / ନୟାଗଡ଼ରେ ପୋଲିସ୍ ଉପରକୁ ଆକ୍ରମଣ ଘଟଣା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।

ନୟାଗଡ଼ରେ ପୋଲିସ୍ ଉପରକୁ ଆକ୍ରମଣ ଘଟଣା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।

ନୟାଗଡ଼,ତା-୨୧.୫.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଦଳିତ ପୋଲିସ ଅଧିକାରୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିବା ପାଇଁ ହାତ ଉଠାଇବା, ପୋଲିସକୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ପ୍ରମୁଖ ବିଜେପି ନେତା ମାନଙ୍କ ସମ୍ପୃକ୍ତି ଥିବା ନେଇ ଟାଉନ ଥାନା ସିସିଟିଭି ଯାଞ୍ଚ କରାଯାଇ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତ ମାନଙ୍କୁ ୭ଦିନ ମଧ୍ୟରେ ଗିରଫ କରାନଗଲେ ଆଗାମୀ ୨୭ ତାରିଖ ବୁଧବାର ଦିନ ନୟାଗଡ଼ ବନ୍ଦ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି କଂଗ୍ରେସ l ନ୍ୟାୟ ପାଇଁ ଆନ୍ଦୋଳନ କରିବା ଆମ ସମସ୍ତଙ୍କର ସାମ୍ବିଧାନିକ ଅଧିକାର କିନ୍ତୁ ଆନ୍ଦୋଳନ ଆଳରେ କର୍ତ୍ତବ୍ୟରତ ପୋଲିସ ମାନଙ୍କୁ ବିଭିନ୍ନ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା, ବର୍ଦ୍ଦିରେ ଥିବା ଦଳିତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା ପାଇଁ ହାତ ଉଠାଇବା, ଆଇଆଇସି, ଏସଡ଼ିପିଓଙ୍କୁ ଅପମାନିତ କଲାଭଳି ଖରାପ ଭାଷା ପ୍ରୟୋଗ କରିବା

ଭଳି ହୀନ ରାଜନୀତି କରୁଥିବା ନୟାଗଡ଼ ବିଜେପିକୁ ନିନ୍ଦା କରିଛି କଂଗ୍ରେସ l ଏହି ଘଟଣା ଘଟିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ । ଆଜିର ସାମ୍ବାଦିକ ସମ୍ମିଳନୀରେ ଡିସିସି ଉପସଭାପତି ଶ୍ରୀ ଲକ୍ଷ୍ମୀଧର ତ୍ରିପାଠୀ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply