Home / ସଂସ୍କୃତି ଓ ପରମ୍ପରା / ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ୧୫ତମ ବାର୍ଷିକ ଉତ୍ସବ ପାଳିତ

ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ୧୫ତମ ବାର୍ଷିକ ଉତ୍ସବ ପାଳିତ

annual

ପୁରୀ ଜିଲ୍ଲା ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପରିଷରରେ ପାଳିତ ହୋଇଯାଇଛି ପଞ୍ଚଦଶତମ ବାର୍ଷିକ ଉତ୍ସବ ୨୦୨୩ । ପରିଚଳନା ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଏବଂ ବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ସିମିତା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଟିତ, ଏହି ଉତ୍ସବରେ ସେଣ୍ଟ ଜାଭିୟର, ଖୋର୍ଦ୍ଧା ର ନିର୍ଦ୍ଦେଶକ ଶ୍ରୀ ଚନ୍ଦନ କୁମାର ପଣ୍ଡା, ସେଣ୍ଟ ଜାଭିୟର, ମହୁରା ର ନିର୍ଦ୍ଦେଶକ ଶ୍ରୀ ରାମ ବଲ୍ଲଭ ପରିଡା, ସେଣ୍ଟ ଜାଭିୟର, ଖୋର୍ଦ୍ଧା ର ଅଧକ୍ଷ୍ୟା ନିହାରିକା ମିଶ୍ର, ସେଣ୍ଟ ଜାଭିୟର, ନିମାପଡା ର ନିର୍ଦ୍ଦେଶକ ଶ୍ରୀ ସତ୍ୟ ରଞ୍ଜନ ପରିଡା, ମଦର ପବ୍ଲିକ ସ୍କୁଲ ର ଅଧକ୍ଷ ଶ୍ରୀ ଶିବାନନ୍ଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ।

ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା, କ୍ରୀଡା ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ସ୍କୁଲ ର କୁନି କୁନି ପିଲାଙ୍କ ପ୍ରତି ଗଭୀର ଆତ୍ମୀୟତା, ଉଚମାନର ଶିକ୍ଷାଦାନ ତଥା ପିଲାଙ୍କ ଭିତରେ ସୃଷ୍ଟି କରିଥିବା ସୃଜନଶୀଳତା ପାଇଁ ଶିକ୍ଷୟତ୍ରୀ ବାଣୀବନ୍ଦନା ଲେଙ୍କା, ରଶ୍ମିତା ଦେବୀ, ଜୟଶ୍ରୀ ରାଉତରାୟ, ଲକ୍ଷ୍ମୀ ଦାସ ଏବଂ ଶିକ୍ଷକ ଶ୍ରୀ ହେମନ୍ତ କୁମାର ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା।

ପୂର୍ବ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ୯୦% ରୁ ଉର୍ଦ୍ଧ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ନିବୃତ୍ତି ବରାଳ, ଆଦ୍ୟାଶା ମିଶ୍ର ଏବଂ ମୋନାଲିଶା ସାହୁ ଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା ।

ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଆକର୍ଷଣୀୟ ନୃତ୍ୟ ପରିବେଷଣ ଉଚ୍ଚକୋଟୀର ଥିବା ସହିତ ଏହି କାର୍ଯ୍ୟକ୍ରମକୁ ଅତିଥି , ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଆନନ୍ଦର ସହ ଉପଭୋଗ କରିବା ସହ ଅନେକ ପ୍ରସଂଶା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply