Home / ରାଜନୀତି / ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାକଟପୁର ଗସ୍ତ ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାକଟପୁର ଗସ୍ତ ।

img 20231210 wa0125


କାକଟପୁର ତା 10/12, ରବିବାର ମଧ୍ୟାହ୍ନରେ ବିଜେପିର ବରିଷ୍ଠ ନେତୃତ୍ବ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଶାଶୂଘର ତଥା ପୁରୀ ଜିଲ୍ଲା କାକଟପୁର ଗସ୍ତକରି ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିବା ସହ କାକଟପୁର ଅସ୍ତରଙ୍ଗ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇଥିଲେ ।ମା ମଙ୍ଗଳା ଙ୍କୁ ପ୍ରଥମେ ଦର୍ଶନ କରିବାପରେ ଚାଲି ଚାଲି ବ୍ଲକ ଛକ ସ୍ଥିତ ପଡିଆ କୁ ଯାଇଥିଲେ। ସେଠାରେ କାକଟପୁର ଅସ୍ତରଙ୍ଗ ବିକାଶ ପରିଷଦ ର ସଭାପତି ତପନ ମିଶ୍ର ଙ୍କ ସଭାପତିତ୍ଵ ରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀ ମତୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସର୍ବେଶ୍ଵର ମଲ୍ଲିକ, ମାଧବ ମଲ୍ଲିକ,ଜୀବନ ସାହୁ,
ନିକୁଞ୍ଜ ପଟ୍ଟନାୟକ, ମନ୍ମଥ ମଲ୍ଲିକ,
ବିଭୂତି ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଶ୍ରୀ ମତୀ ଷଡ଼ଙ୍ଗୀ କହିଲେ ଯେ, ପୂଣ୍ୟତୋୟା ପ୍ରାଚୀ ନଦୀ ର ପୁନରୁଦ୍ଧାର ସହିତ ତାକୁ ପୁଣି ସୁନାବ୍ୟା ନଦୀ ରେ କିପରି ପରିଣତ କରାଯାଇପାରିବ ସେ ଦିଗରେ ସେ ଉଦ୍ୟମ କରିବେ। ପଞ୍ଚଦଶ ଶତାବ୍ଦୀ ରେ ନିର୍ମିତ ମା ମଙ୍ଗଳା ଙ୍କ ମନ୍ଦିର ର ମରାମତି କରିବାକୁ ପଡ଼ିବ। ବର୍ଷା ହେଲେ ମନ୍ଦିର ଗର୍ଭ ଗୃହ ରୁ ପାଣି ଗଳୁଛି ।
ମା ଙ୍କ ମନ୍ଦିର ମରାମତି ସଂପର୍କ ରେ ସେ ଦେବୋତ୍ତର ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରିବେ। କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ ରେ ଏକ ଶୀତଳ ଭଣ୍ଡାର ନିର୍ମାଣ ର ଆବଶ୍ୟକତା ରହିଛି। ସେ ଏ ଦିଗରେ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଗାଁ ଗାଁ ରେ ଯେପରି ମଦ ବିକ୍ରୀ ବୃଦ୍ଧି ପାଇଛି ତା ଉପରେ ରୋକ ଲଗାଇବାକୁ ,ମହିଳା ମାନଙ୍କ ସମାସ୍ୟା ଦୂର କରିବାକୁ ଓ ଚିଟଫଣ୍ଡ ରେ କ୍ଷତିଗ୍ରସ୍ତ ଲୋକ ଙ୍କୁ ତାଙ୍କ ଜମା ଅର୍ଥ ଫେରସ୍ତ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି କହିଥିଲେ। ସେ ରାଜ୍ୟ ସରକାରଙ୍କ ଅପାରଗତା କୁ ସେ ତୀବ୍ର ସମାଲୋଚନା କରିଥିଲେ । ଏହି ସମାବେଶ ରେ ହଜାର ହଜାର ମହିଳା ପୁରୁଷ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply