Home / ମୁଖ୍ୟ ଖବର / ବ୍ଲେସେଡ୍ ସାକ୍ରାମେଣ୍ଡ ହାଇସ୍କୁଲ୍‌ର ବାର୍ଷିକ କ୍ରୀଡା 2023 ପ୍ରତିଯୋଗିତା ଉଦ୍‌ଘାଟିତ

ବ୍ଲେସେଡ୍ ସାକ୍ରାମେଣ୍ଡ ହାଇସ୍କୁଲ୍‌ର ବାର୍ଷିକ କ୍ରୀଡା 2023 ପ୍ରତିଯୋଗିତା ଉଦ୍‌ଘାଟିତ

annualsports

ପୁରୀ, ତା ୯ ୧୨ ୨୦୨୩, ବ୍ଲେସେଡ୍ ସାକ୍ରାମେଣ୍ଡ ହାଇସ୍କୁଲ୍‌ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ଆଥେଲେଟିକ୍ ଆସୋସିଏସନର କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ରବିଶଙ୍କର ପ୍ରତିହାରୀ, ପ୍ରତିଯୋଗିତାକୁ ବିଧିବଦ୍ଧ ଭାବରେ ଉଦ୍‌ଘାଟନ କରି ଛାତ୍ରଛାତ୍ରୀଙ୍କ ଲାଗି କ୍ରୀଡାର ଗୁରୁତ୍ଵକୁ ଆଖିଆଗରେ ରଖି ବର୍ତ୍ତମାନର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସୁପିରିୟର୍‌ ସିଷ୍ଟର ମେରୀ ରୋଜ ପ୍ରତିଯୋଗିତାରେ ସମ୍ମାନିତ ଅତିଥ୍ ଭାବରେ ଯୋଗଦେଇ ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପିଲାମାନଙ୍କର କ୍ରୀଡା ପ୍ରତି ଆଗ୍ରହ ଉଣା ହୋଇ ନାହିଁ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ଯକ୍ଷା ସିଷ୍ଟର୍ ମେରୀ ଜର୍ଜ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗ ଉନ୍ନତି ପାଇଁ କ୍ରୀଡାକୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ କୋଡିଏରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍ବାଗତ ସଂଗୀତ, ଷାଠିଏରୁ ଉର୍ଦ୍ଧ୍ବ ଛାତ୍ର ଡ୍ରିଲ ଏବଂ ଚାଳିଶରୁ ଅଧୂକ ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଦୁଇଦିନ ବ୍ୟାପୀ ଏହି କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ଶତାଧୂକ ଛାତ୍ରଛାତ୍ରୀ ଦ୍ରୌଡ ପ୍ରତିଯୋଗିତା, ଉଚ୍ଚଡିଆଁ, ଲମ୍ବଡିଆଁ, ସଟ୍‌ଫୁଟ୍ ଆଦି ପ୍ରତିଯୋଗିତାରେ ଭାଗ ନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିବେ । ଉଦ୍‌ଯାପନୀ ଉତ୍ସବରେ ଷାଠିଏରୁ ଅଧୂକ ଛାତ୍ରଛାତ୍ରୀ ଯୋଗାସନ ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାର କାର୍ଯ୍ୟକ୍ରମ ଅଛି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସୁପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply