କାକଟପୁର ( ତୁଷାର ଦୀକ୍ଷିତ ) ୧୭/୧୨/୨୦୨୩ -କାକଟପୁର ତହସିଲ ର ବରିଷ୍ଟ ଆଇନୀଜୀବୀ ତଥା ମା ମଙ୍ଗଳା ଙ୍କ ସେବାୟତ ଅଶୋକ କୁମାର ଦୀକ୍ଷିତ ଙ୍କର ଗତ କାଲି ବିଳମ୍ବିତ ରାତିରେ ତାଙ୍କ ନିଜ ବାସଭବନ ରେ ପରଲୋକ ହୋଇଯାଇଛି. ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା. ତାଙ୍କ ମୁର୍ତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ଝିଅ ବିଧବା ପତ୍ନୀ ସାନଭାଇ ପୁତୁରା ମାନେ ଉପସ୍ଥିତ ଥିଲେ. ସେ ଜଣେ ମିଷ୍ଟଭାସି, ପରୋପକାରୀ, ଆଇନିବିସାରଦ ଓ ହସକୁରା ମେଳାପୀ ସ୍ଵଭାବର ଲୋକ ଥିଲେ. ତାଙ୍କ ମୁର୍ତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କୁ ଶେଷ ଦର୍ଶନ ପାଇଁ ଆଇନୀଜୀବୀ ଓ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସୁଅ ଛୁଟିଥିଲା. କାକଟପୁର ବାର ର ବରିଷ୍ଠ ଓକିଲ ଅଶୋକ ଦାଶ ତ୍ରିନାଥ ରାଉତ. ଦିଲ୍ଲୀପ ବିଶ୍ୱାଳ ଲଷ୍ମୀକାନ୍ତ ଶତପଥି , ଆଡ଼ଭୋକେଟ ନିରେନ ପ୍ରସାଦ ମହାନ୍ତି ପ୍ରମୁଖ ପୁଷ୍ପମାଲ୍ୟ ଦେଇ ତାଙ୍କର ଶେଷ ଦର୍ଶନ କରିଥିଲେ.ଗ୍ରାମ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ କରାଯାଇଥିଲା. ତାଙ୍କ ପୁତୁରା ନିହାର ଦୁଇ ଝିଅ ଅନନ୍ୟା,ଔସୂର୍ଯ୍ୟl ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ସାନଭାଇ ପ୍ରଦୀପ୍ତ, ପ୍ରାଚୀ ସଂଗଠନ ସଭାପତି ଦେବରାଜ ଦୀକ୍ଷିତ, ପ୍ରମୋଦ କୁମାର ଦୀକ୍ଷିତ,ସମିତିସଭ୍ୟ ସମରେନ୍ଦ୍ର ଦୀକ୍ଷିତ, ପ୍ରଭାତ ଦୀକ୍ଷିତ, ପ୍ରମୁଖ ଉପସ୍ଥିତ ଥିଲେ. ତାଙ୍କ ମୁର୍ତ୍ୟୁ ରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l .
Social Icons
Featured Posts











