Home / ସଂସ୍କୃତି ଓ ପରମ୍ପରା / ଆରମ୍ଭ ହେଲା ଶ୍ରୀମନ୍ଦିର ପ୍ରକଳ୍ପ , ମା ମଙ୍ଗଳାଙ୍କୁ ନିମନ୍ତ୍ରଣ ପାଇଁ ପହଞ୍ଚିଲେ ୩ ଜଣିଆ ପ୍ରତିନିଧି ମଣ୍ଡଳୀ

ଆରମ୍ଭ ହେଲା ଶ୍ରୀମନ୍ଦିର ପ୍ରକଳ୍ପ , ମା ମଙ୍ଗଳାଙ୍କୁ ନିମନ୍ତ୍ରଣ ପାଇଁ ପହଞ୍ଚିଲେ ୩ ଜଣିଆ ପ୍ରତିନିଧି ମଣ୍ଡଳୀ

whatsapp image 2023 12 26 at 18.34.27 2022998f

କାକଟପୁର (ତୁଷାର ଦୀକ୍ଷିତ ) ତା ୨୬/୧୨,ଆସନ୍ତା ଜାନୁଆରୀ ୧୭ ରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ
ଯୋଡ଼ିହେବ ସ୍ବର୍ଣ୍ଣିମ ଫର୍ଦ୍ଦ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି
ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟରେ ସାରା ଦେଶକୁ ସାମିଲ କରିବା ନିମନ୍ତେ ଖସଡ଼ା
ପ୍ରସ୍ତୁତ ହୋଇଛି। ଦେଶର ପ୍ରମୁଖ ଦେବଦେବୀ ଚାରିଧାମର ପୀଠାଧୀଶ୍ବର, ବିଶିଷ୍ଟ
ପୀଠ, ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି କ୍ରମରେ ମାର୍ଗଶିର ପୂର୍ଣ୍ଣିମା ଅର୍ଥାତ ଆଜି ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ନିମନ୍ତ୍ରଣ ନିମନ୍ତ୍ରଣ ନିମନ୍ତେ ପହଞ୍ଚିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ନୋଡାଲ ଅଫିସର ସୁଧାକର ହୋତାଙ୍କ ନେତୃତ୍ୱରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାଶ ମହାପାତ୍ରଙ୍କ ସମେତ ୩ ଜଣିଆ ପ୍ରତିନିଧି ମଣ୍ଡଳୀ l ପ୍ରଥମେ ପ୍ରତିନିଧି ମାନେ ମା ମଙ୍ଗଳାଙ୍କ ନିକଟରେ ପହଞ୍ଚିବା ପରେ ମଙ୍ଗଳା ମନ୍ଦିର ଟ୍ରଷ୍ଟର ସଭାପତି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନନ୍ଦିତା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ପ୍ରମୁଖ ଉପଢୌକନ ଦେଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ଆସନ୍ତା ୧୭ ତାରିଖରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ପକ୍ଷରୁ ୨ ଜଣଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପହଞ୍ଚିବାକୁ ନିମନ୍ତ୍ରଣ କରାଗଲା ବୋଲି କହିଛନ୍ତି ନୋଡାଲ ଅଫିସର ଶ୍ରୀ ହୋତା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply