Home / ମୁଖ୍ୟ ଖବର / 34ତମ ରାଜ୍ୟସ୍ତରୀୟ ମଙ୍ଗଳା କପ

34ତମ ରାଜ୍ୟସ୍ତରୀୟ ମଙ୍ଗଳା କପ

whatsapp image 2023 12 30 at 18.55.47 171033db

ରାମେଶ୍ୱର କୁ ହରାଇ ଜୁଭେନାଇଲ ଫାଇନାଲ ରେ

କାକଟପୁର (ତୁଷାର ଦୀକ୍ଷିତ ) ତା 30/12,କାକଟପୁର ମିନି ଷ୍ଟାଡିୟମ ରେ ଚାଲିଥିବା 34ତମ ମଙ୍ଗଳା କପ ରେ ଆଜି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ ରାମେଶ୍ୱର ସ୍ପୋର୍ଟିଂ,ଭୁବନେଶ୍ୱର ଏବଂ ଜୁଭେନାଇଲ ସ୍ପୋର୍ଟିଂ,କଟକ l ଜୁଭେନାଇଲ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା l ନିର୍ଦ୍ଦାରିତ ୨୫ ଓଭରରେ 210 ରନ କରିବାରେ ସକ୍ଷମ ହୋଇଥିଲା l ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ବ୍ୟକ୍ତିଗତ 84 ରନ ଏବଂ ସୁରଜ ମହାରଣା 42 ରନ ସଂଗ୍ରହ କରିଥିଲେ l ବିପକ୍ଷରେ ରାମେଶ୍ୱର ସ୍ପୋର୍ଟିଂ ପକ୍ଷରୁ ଆଶୁତୋଷ ନାୟକ ୩ ଉଇକେଟ ଅକ୍ତିଆର କରିଥିଲେ l 211 ରନର ବିଜୟ ଲକ୍ଷ ନେଇ ରାମେଶ୍ୱର ସ୍ପୋର୍ଟିଂର ସୂର୍ଯ୍ୟାଂସ କୁମାର 69 ରନ ଏବଂ ନିହାର ଭୂଇଁୟା 25 ରନ ସଂଗ୍ରହ କରିଥିଲେ l ଦଳ ନିର୍ଦ୍ଦା୍ରିତ 25 ଓଭର ଖେଳି ୮ ଉଇକେଟ ହରାଇ 192 ରନ କରି ପରାଜୟ ସ୍ୱୀକାର କରିଥିଲା l ଜୁଭେନାଇଲ ପକ୍ଷରୁ ରାମଚନ୍ଦ୍ର ବେହେରା 3 ଉଇକେଟ ଅକ୍ତିଆର କରି ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ l ଆଜିର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଅତିଥି ଭାବେ ମଙ୍ଗଳା କ୍ଲବର ଉପଦେଷ୍ଟା ହିମାଂଶୁ ଭୂଷଣ ଦୀକ୍ଷିତ, ସମାଜସେଵୀ ତଥା ଯୁବ ସାମ୍ବାଦିକ ଆଦିତ୍ୟ କୁମାର ରାଉତ ଏବଂ ବ୍ରାଣ୍ଡ ଫ୍ୟାକ୍ଟୋରୀର ସତ୍ୱାଧିକାରୀ ପ୍ୟାର ମହମ୍ମଦ ଯୋଗଦେଇ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ରାମଚନ୍ଦ୍ର ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଆଜିର ଖେଳକୁ ଓଡିଶା କ୍ରିକେଟ ଆସୋସିଏସନର ୨ ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ କୁମାର ମିଶ୍ର ଏବଂ ଅୟେସକାନ୍ତ ମିଶ୍ର ପରିଚାଳନା କରିଥିଲେ l ଆସନ୍ତା ଜାନୁଆରୀ ୭ ତାରିଖ ରବିବାର ଦିନ ୟୁନିକ ଇଲେଭେନ, ଭଦ୍ରକ ଓ ଜୁଭେନାଇଲ ସ୍ପୋର୍ଟିଂ କଟକ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ, କୋଷାଧକ୍ଷ ସୂର୍ଯ୍ୟକାନ୍ତ ଦୀକ୍ଷିତ, ସହସମ୍ପାଦକ ସଞ୍ଜୟ ସାମଲ, ମ୍ୟାନେଜର ଭାଗବତ ସ୍ୱାଇଁ, ଶ୍ୟାମସୁନ୍ଦର ରଣା, ଚନ୍ଦ୍ରକାନ୍ତ ଦୀକ୍ଷିତ, ସୁଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply