Home / ସଂସ୍କୃତି ଓ ପରମ୍ପରା / ମଙ୍ଗଳା ମନ୍ଦିର ପରିଦର୍ଶନ କଲେ ମହାମହିମ ରାଜ୍ୟପାଳ ରଘୁବର ଦାସ

ମଙ୍ଗଳା ମନ୍ଦିର ପରିଦର୍ଶନ କଲେ ମହାମହିମ ରାଜ୍ୟପାଳ ରଘୁବର ଦାସ

whatsapp image 2023 12 30 at 16.52.12 a7a4d2d2

କାକଟପୁର (ତୁଷାର ଦୀକ୍ଷିତ ) ତା 30/12,ପ୍ରକୃତିର ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର
ଶକ୍ତିପୀଠ ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ପ୍ରତ୍ୟହ ରାଜ୍ୟ ତଥା ରାଜ୍ୟ ବାହାରୁ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ମନ୍ଦିର ପରିବେଶକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟ ହାତକୁ ନିଆଯାଇ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦିନ ୧୧ ଘଟିକା ସମୟରେ ମଙ୍ଗଳା ମନ୍ଦିରରେ ପହଞ୍ଚି ମା ଙ୍କୁ ଦର୍ଶନଓ ପୂଜାର୍ଚ୍ଚନା କରିଥିଲେ ।ମହାମହିମ ରାଜ୍ୟପାଳ ମଙ୍ଗଳା ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ସିଂହଦ୍ବାର ନିକଟରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ଦାଶ,ମଙ୍ଗଳା ମନ୍ଦିର ସେବାୟତ ନିଯୋଗର ଉପସଭାପତି କମଳ ଲୋଚନ ଦୀକ୍ଷିତ, ସେବାୟତ ନିଯୋଗ ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ତାପସ ଦୀକ୍ଷିତ ପ୍ରମୁଖ ସେବାୟତ ମାନେ ପୁଷ୍ପଗୁଛ ଦେଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମନ୍ଦିର ଗର୍ଭଗୃହରେ ରାଜ୍ୟପାଳ ମା ଙ୍କ ଦର୍ଶନ କରିବା ସହିତ ବିଧବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ ।ଏହା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ମୃତି ସ୍ୱରୂପ ମହାମହିମଙ୍କୁ ମା ମଙ୍ଗଳାଙ୍କ ଫଟୋ ଚିତ୍ର ସହିତ ଉତ୍ତରୀୟ ପ୍ରଦାନ କରାଯିବା ସହିତ ମନ୍ଦିର ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତ ଅଧର ପଣା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା l ଶେଷରେ ରାଜ୍ୟପାଳ ରଘୁବର ଦାସଙ୍କୁ ସେବାୟତ ମାନେ ଆଶୀର୍ବାଦ ଅର୍ପଣ କରିଥିଲେ । ପରେ ପୁରୀ ପ୍ରତ୍ୟାଗମନ କରିବା ବାଟରେ ବିରିବସ୍ତ ଠାରେ ପ୍ରଥମ ଥର ପାଇଁ ମହାମହିମ ରାଜ୍ୟପାଳ ଚାଷୀ ମାନଙ୍କ ସହ ଭେଟି ଚାଷୀ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ ଇଶାନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସ୍ୱୟଂସହାୟକ ଗୋଷ୍ଟି ମହିଳା ଙ୍କ ସହିତ ଆଲୋଚନା କରିଥିଲେ ।ରାଜ୍ୟପାଳଙ୍କ ଗ୍ରସ୍ତ କୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା 

SPREAD YOUR LOVE WITH YOUR FRIENDS AND FAMILY

Leave a Reply