Home / ମୁଖ୍ୟ ଖବର / ଗୋବର୍ଦ୍ଧନ ପୀଠରେ ଗୁରୁ ପୂର୍ଣ୍ଣିମା : ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଭକ୍ତ

ଗୋବର୍ଦ୍ଧନ ପୀଠରେ ଗୁରୁ ପୂର୍ଣ୍ଣିମା : ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଭକ୍ତ

guru purnima

ପୁରୀ: ତା ୨୨.୭.୨୪-ଶାଶ୍ଵତ ଟିଭି- (ସିଂହାରୀ ଆଲୋକ ଖୁଣ୍ଟିଆ)- ଭଗବତ୍‌ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ବାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନ ମଠରେ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ସକାଳ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ ସମ୍ପନ୍ନ ହେବାପରେ ଦିନ ୧୦ଟା ଠାରୁ ଭକ୍ତମାନଙ୍କ ଦ୍ବାରା ପୀଠାଧିଶ୍ବର ପୂଜ୍ୟ ୧୪୬ ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭଗବତ୍‌ପାଦ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନ ମଠ ସତ୍‌ସଙ୍ଗ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା ।

ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣମୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି । ମହର୍ଷି ବ୍ୟାସଙ୍କ ଆଶୀର୍ବାଦରୁ ସମଗ୍ର ବିଶ୍ବ ଓ ରାଷ୍ଟ୍ରର କଲ୍ୟାଣ ହେଉ ଏବଂ ଆଗମୀ ଦିନରେ ଭାରତ ବିଶ୍ୱଗୁରୁ ହେବ ବୋଲି ଗୁରୁ ପୂର୍ଣ୍ଣିମା ଅବସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି । ସେହିପରି ଭାରତର ସନାତନ ଧର୍ମ ବା ହିନ୍ଦୁ ଧର୍ମକୁ ସାରା ବିଶ୍ଵରେ ଅଧିକ ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବାକୁ ଶଙ୍କରାଚାର୍ଯ୍ୟ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଧର୍ମ ସଭାରେ ସଙ୍ଗୀତ ପରିବେଷଣ କରିଥିଲେ ସେପଟେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ଇଞ୍ଜିନିୟର ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଙ୍କ ସହିତ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଜଗଦଗୁରୁଙ୍କୁ ପୂଜା କରିବା ସହ ଆଶୀର୍ବାଦ ନେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଧର୍ମସଭା ଆୟୋଜିତ ହେଇଥିଲା ଶେଷରେ ଭକ୍ତମାନେ ସମବେତ ପ୍ରସାଦ ସେବନ କରି ଏକ ସୁନ୍ଦର୍ ଅନୁଭୂତି ନେଇ ବାହୁଡ଼ିଥିଲେ।

SPREAD YOUR LOVE WITH YOUR FRIENDS AND FAMILY