Home / ଶିକ୍ଷା / ଆର୍ଦ୍ରଭୁମି ସଂରକ୍ଷଣ ସଚେତନା ଶିବିର

ଆର୍ଦ୍ରଭୁମି ସଂରକ୍ଷଣ ସଚେତନା ଶିବିର

img 20240112 wa0229

କାକଟପୁର (ତୁଷାର ଦୀକ୍ଷିତ )12/1 ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର (ସେଣ୍ଟର ଫର ଇନଭିରୋନମେଣ୍ଟାଲ ଷ୍ଟଡ଼ିଜ୍(CES) ଦ୍ଵାରା ଆର୍ଥିକ ସହାୟତାରେ କାକଟପୁର ବ୍ଲକ ମହାଦେବବସ୍ତ ଗ୍ରାମ ର ରାମକୃଷ୍ଣ ଶିଶୁମନ୍ଦିର ର ଆୟୋଜନ କ୍ରମେ ଆର୍ଦ୍ରଭୁମି ସଂରକ୍ଷଣ ପାଇଁ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ବିଦ୍ୟାଳୟ ଛାତ୍ର, ଛାତ୍ରୀ, ଗୁରୁଜୀ, ଗୁରୁମା, ସ୍ବେଛାସେବୀ ମାନଙ୍କ ଦ୍ଵାରା ଏକ ବିଶାଳ ଶୋଭାଯାତ୍ରା ବିଦ୍ୟାଳୟ ପ୍ରାଙ୍ଗଣ ରୁ ବାହାରି ଗ୍ରାମରେ ଥିବା ପଞ୍ଚାୟତ ପୋଖରୀ ନିକଟରେ ପହଂଚିବା ସହିତ, ଉକ୍ତ ଜଳାଶୟ ନିକଟରେ ଆର୍ଦ୍ରଭୁମି ସଂରକ୍ଷଣ ସମ୍ପର୍କରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାକାର୍ଯ୍ୟ ରେ ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ମୁଖ୍ୟ ଅତିଥି, (CES) ର ବରିଷ୍ଠ କାର୍ଯ୍ୟକର୍ତ୍ତା ଭରତ ଚରଣ ଜେନା ମୁଖ୍ୟ ଵକ୍ତା ଭାବେ ଯୋଗଦେଇ କିପରି ଆର୍ଦ୍ରଭୁମି ସଂରକ୍ଷଣ କରିବା, ପ୍ରାକୃତିକ ସମ୍ପଦ କୁ ରକ୍ଷା କରିବା ସହିତ ଏକ ନିରୋଗ ଜୀବନ ଯାପନ କରିବା ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ସଚେତନତା କରାଇଥିଲେ l ବରିଷ୍ଠ ଶିକ୍ଷାବିତ ଅକ୍ଷୟ କୁମାର ସ୍ୱାଇଁ ଙ୍କ ସଭାପତିତ୍ୱରେ ପରିଚାଳିତ ହେଉଥିବା ଏହି ଶିବିର ର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ଆର୍ଦ୍ରଭୁମି ସଂରକ୍ଷଣ ସମ୍ବଦ୍ଧିୟ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l (CES) ର ସହାୟତାରେ ଗ୍ରାମ ପଞ୍ଚାୟତ ପୋଖରୀଟିକୁ ଦଳସଫା କରାଯାଇ ପୋଖରୀ ବନ୍ଧ ରେ ବିଭିନ୍ନ ଔଷଧୀୟ ବୃକ୍ଷ ତଥା ବଉଳ, ଲିମ୍ବ, କରଞ୍ଜ, ହରିଡ଼ା, ଅଁଳା ଆଦି ଲଗାଯାଇ ଥିଲା l ଉକ୍ତ ଶିବିର କୁ ସଫଳ ରୂପାୟନ କରିଥିବାରୁ ରାମକୃଷ୍ଣ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟା ରାଜଲକ୍ଷ୍ମୀ ସାହୁ ଙ୍କ ସହିତ ସମସ୍ତ ଆଚାର୍ଯ୍ୟ ଓ ସମ୍ପାଦକ ସୂର୍ଯ୍ୟକାନ୍ତ ଦଳାଇ ଙ୍କୁ ଶ୍ରୀ ଜେନା କୃତଜ୍ଞତା ଜଣାଇଥିଲେ l ଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ଗାନ କରାଯାଇ ଶିବିର ର ଉଦଯାପନ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply