Home / ମୁଖ୍ୟ ଖବର / ସତ୍ୟବାଦୀ ଥାନାରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ

ସତ୍ୟବାଦୀ ଥାନାରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ

satyabadi police

ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗ ଆଲୋଚନା
ସାକ୍ଷୀଗୋପାଳ: ତା ୧୨.୧.୨୪ ରିପୋର୍ଟ୍ – ସିଂହାରୀ ଆଲୋକ ଖୁଣ୍ଟିଆ – ଆଜି ସତ୍ୟବାଦୀ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ସତ୍ୟବାଦୀ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରା ଓ ଏସଡିପିଓ ବିରଞ୍ଚି ନାରାୟଣ ପତି ବୈଠକରେ ଯୋଗଦେଇଥିଲେ। ପୁରୀ, ପିପିଲି ଓ ସତ୍ୟବାଦୀ ଥାନା ଥାନା ଅଞ୍ଚଳରୁ କିଛି ସକ୍ରିୟ ଯୁବଗୋଷ୍ଠୀଙ୍କ ଦ୍ଵାରା ପୋଲିସକୁ ଅପରାଧିକ କାର୍ଯ୍ୟକଳାପ , ଚୋରା ମଦ,ଗୋଚାଲାଣ ସମ୍ପର୍କରେ ସଠିକ ଓ ତତ୍କାଳିନ ସମୟରେ ପୋଲିସକୁ ସୂଚନା ଦେବାପାଇଁ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ,ସମସ୍ତ ୱାଡର ସଭ୍ୟସଭ୍ୟା ଓ ଅଞ୍ଚଳର ଗଣମାଧ୍ୟମର ପ୍ରତିନିଧି ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ଅଞ୍ଚଳର କିଛି ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ। ନିକଟରେ ସାକ୍ଷୀଗୋପାଳ ମନ୍ଦିରରୁ ଚୋରିର କିଛି ଘଣ୍ଟା ପରେ ଚୋରକୁ ଧରିବା, ଜାଣେ କୁଖ୍ୟାତ ଅପରାଧିକୁ ଏନକାଉଣ୍ଟର କରି କାବୁ କରିଥିବା ଘଟଣାରେ ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରାଙ୍କ କାର୍ଯ୍ଯ ଦକ୍ଷତା ଏବଂ ବାହାଦୂରୀ କୁ ନେଇ ସତ୍ୟବାଦୀ ବାସି ଏବଂ ବୁଦ୍ଧିଜୀବି ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଜଣାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply