Home / ଆଧ୍ୟାତ୍ମିକ / ଠାକୁର ଅନୁକୂଳଚନ୍ଦ୍ର ଙ୍କ ୮ମ ବାର୍ଷିକ ସ୍ମୃତିମହୋତ୍ସବ ନିମନ୍ତେ କାର୍ଯ୍ୟକାରିଣୀ ବୈଠକ

ଠାକୁର ଅନୁକୂଳଚନ୍ଦ୍ର ଙ୍କ ୮ମ ବାର୍ଷିକ ସ୍ମୃତିମହୋତ୍ସବ ନିମନ୍ତେ କାର୍ଯ୍ୟକାରିଣୀ ବୈଠକ

satsangpost

କାକଟପୁର,(ତୁଷାର ଦୀକ୍ଷିତ )୮/୧ କାକଟପୁର ନିକଟସ୍ଥ ସମେଶ୍ୱର ମହାଦେବ ଙ୍କ ନିକଟ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀ ଶ୍ରୀ ପରମ ପ୍ରେମମୟ ଠାକୁର ଅନୁକୂଳଚନ୍ଦ୍ର ଙ୍କର ଅଷ୍ଟମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ସ୍ମୃତି ମହୋତ୍ସବ ପାଇଁ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଯାଇଛି, ଚଳିତ ଜାନୁୟାରୀ ମାସ ୧୫ତାରିଖ ସୋମବାର ଦିନ ଏହି ମହୋତ୍ସବ ମୂଳାଗଡ ସ୍ଥିତ ପଡିଆ ରେ ଅନୁଷ୍ଠିତ ହେବ, ସକାଳ ୭ ଘଂଟିକା ରୁ ଆରମ୍ଭ ହୋଇ ସନ୍ଧ୍ୟା ୮ ଘାଣ୍ଟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିବ, ଏହି ଉତ୍ସବ ରେ କୋଡିଏ ହଜାର ରୁ ଉର୍ଦ୍ଧ ଲୋକ ଙ୍କ ସମାଗମ ହେବ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗୁରୁ ଉପଦେଶ, ଅତିଥି ମାନଙ୍କ ସମ୍ଭାଷଣ, ସହିତ ସମସ୍ତ ଲୋକ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି, ଟ୍ରାଫିକ କଣ୍ଟ୍ରୋଲ ପାଇଁ କାକଟପୁର ପୋଲିସ ର ସହାୟତା ନିଆଯିବ , ଏହି ମହୋତ୍ସବ ପାଇଁ ଅନୁକୂଳ ଚନ୍ଦ୍ର ଙ୍କ ସହ ପ୍ରତିରୀକ୍ କମିଟି ର ସଦସ୍ୟ ଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ସ୍ୱତନ୍ତ୍ର ବୈଠକ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l ଏମାନଙ୍କ ଭିତରେ ଚକ୍ରଧର ସାହୁ, ହିମାଂଶୁ ଭୂଷଣ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଚନ୍ଦ୍ରକାନ୍ତ ଓଝା ପ୍ରମୁଖ 30 ରୁ ଉର୍ଦ୍ଧ ସଦସ୍ୟ ଅଂଶ  ଗ୍ରହଣ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply