Home / ମୁଖ୍ୟ ଖବର / ୧୯୮୯ ବ୍ୟାଚ ନୟାହାତ ବିଦ୍ୟାଳୟ ର ବନ୍ଧୁ ମିଳନ

୧୯୮୯ ବ୍ୟାଚ ନୟାହାତ ବିଦ୍ୟାଳୟ ର ବନ୍ଧୁ ମିଳନ

friend

କାକଟପୁର ୧୪/୦୧/୨୦୨୪ ଆଜି ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନାୟହାଟ ବିଦ୍ୟାଳୟ 1989 ବ୍ୟାଚ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ପୁରାତ୍ତନ ଛତ୍ରୀ, ଛାତ୍ର ମାନେ ଉପସ୍ଥିତ ରହି ସେତେବେଳେ ର ସ୍କୁଲ ବୟସର ସ୍ମୁତି ସାଉଁଟି ଥିଲେ, ପରସ୍ପର ଭିତରେ ସେତେବେଳେ ର ସ୍ମୁତି କୁ ରୋମନ୍ଥନ କରିବା ସହିତ କେହି କାହାକୁ ଚିନ୍ହି ବାରେ ସତେ ଯେମିତି ଅଜଣା ହୋଇ ପଡୁଥିଲା ପରେ ପୁରୁଣା କଥା ମନେ ପକାଇଲା ପରେ ଯାଇ ପରସ୍ପର କୁ ଜାଣି ପାରୁଥିଲେ, କେହି କେହି ମଧ୍ୟ କହୁଥିଲେ ସେଇ ପିଲାବେଳ ଆଉ ଥରେ ଫେରି ଆସନ୍ତାନି ଏବଂ ସେଇ ସ୍କୁଲ ର ଅମରୀ ପାହାର, କାନ ଧରି ବସ ଉଠୁ ହେବା, ଆଣ୍ଠୁ ତଳେ ଗୋଡି ରଖି ଆଂଠେଇବା, ଏବଂ ଦୀନବନ୍ଧୁ ମିଶ୍ର, ଗଙ୍ଗାଧର ପଣ୍ଡା,, ରାଧାନାଥ ସ୍ୱାଇଁ, ମଧୁସୂଦନ ରାୟ,ଙ୍କ ନାଲି ଆଖି ତାଙ୍କୁ ଭୟ କରୁଥିବା ଛାତ୍ର ଆଜି ବହୁତ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଛନ୍ତି ସତ ହେଲେ ସାରଙ୍କୁ ମନେ ପକାଇ ଯେଉଁ ସ୍ମୁତି ବଖାଣି ଥିଲେ ତାହା ନିଶ୍ଚୟ ହୃଦୟ ସ୍ପର୍ଶୀ ଏଥିରେ ସନ୍ଦେହ ନାହିଁ ତଥପି ସାର ମାନଙ୍କ ସେଇ ବେତ ମାଡ଼ ଖାଇ ଆଜି ଆମେ ଏଇ ସ୍ଥାନରେ ପହଞ୍ଚି ପରିଛୁ ବୋଲି ମତ ମଧ୍ୟ ଦେଇଥିଲେ,ଏହି କାର୍ଯ୍ୟକ୍ରମ ରେ ବିଶ୍ୱଜିତ ସାହୂ, ଦିନମଣି ସାହୂ, ତନ୍ମୟ ମହାନ୍ତି, କୁନ ଚନ୍ଦ୍ର ସ୍ୱାଇଁ, ବିମଳ କାନ୍ତ ସ୍ୱାଇଁ, ଭକ୍ତ ଚରଣ ପଣ୍ଡା, ଭାଗିରଥି ସାହୂ, ହରହର ମିଶ୍ର, ସୁମିତ୍ରା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply