Home / ମୁଖ୍ୟ ଖବର / ୧୧ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

୧୧ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

alcohal

କାକଟପୁର ତା 14/01, ପୁରୀଜିଲ୍ଲା କାକଟପୁର ଥାନା ଅଧିନସ୍ଥ ସୁହାଗପୁର ପଞ୍ଚାୟତ ବୋଦଳା ଗ୍ରାମରେ କାକଟପୁର ପୋଲିସ ପକ୍ଷରୁ ଚଢ଼ାଉ କାରାଯାଇ ୧୧ ଲିଟର ବିଦେଶୀ ମଦ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ବୋଦଳା ଗ୍ରାମର ଈଶ୍ୱର କାଣ୍ଡିଙ୍କ ପୁଅ ଭରତ କାଣ୍ଡି (32). ଆଜି କାକଟପୁର ଥାନା ଅଧିକାରୀ ଉମେଶ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ପ୍ରିୟା ପ୍ରଧାନ, ଏ ଏସ ଆଇ ପ୍ରମୋଦ କୁମାର ସେଠୀ, କନେଷ୍ଟବଲ ଅଜିତ ବେହେରା, ସୁରତ ମହାରଣାଙ୍କ ସମେତ ଏକ ଟିମ ଅଚାନକ ଚଢ଼ାଉ କରିଥିଲେ l କାକଟପୁର ଥାନା ପକ୍ଷରୁ କେଶ ନମ୍ବର 18/24 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଭରତ କାଣ୍ଡି କୁ କୋର୍ଟ ଚାଲାଣ କରାଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply