Home / ସଂସ୍କୃତି ଓ ପରମ୍ପରା / ପୋଲାଣ୍ଡ ରେ ଉତ୍କଳ ଦିବସ ପାଳନ।

ପୋଲାଣ୍ଡ ରେ ଉତ୍କଳ ଦିବସ ପାଳନ।

portalnewsthumbnail

ବ୍ରହ୍ମପୁର: ତା ୦୧/୦୪/୨୦୨୫ (ଇପିଲି ପୂର୍ଣ୍ଣଚନ୍ଦ୍ର) – ପୋଲାଣ୍ଡ ରାଜଧାନୀ ୱାର୍ସୱା ସହରରେ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ଦ୍ୱାରା ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି।ପୋଲାଣ୍ଡର ବିଭିନ୍ନ ସ୍ଥାନରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନେ ଉତ୍ସବ ରେ ଯୋଗଦେଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।ଏହି ଅବସରରେ ଓଡ଼ିଆ ଖାଦ୍ୟ ସଂସ୍କୃତି ଏବଂ କଳାକୁ ବିଶ୍ଵମଞ୍ଚରେ ଆହୁରି ପ୍ରସାର କରିବା ଉଦ୍ଦେଶ୍ୟରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉତ୍ସବ ୟୁରୋପରେ ଓଡ଼ିଆ ପଞ୍ଜିକୃତ ସଂଗଠନ ‘ଓଡ଼ିଆ ଫାଉଣ୍ଡେସନ୍‌ ଅଫ୍ ପୋଲାଣ୍ଡ’ ଦ୍ୱାରା ଆୟୋଜନ କରାଯାଇଥିଲାଓଡ଼ିଶା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ନଗ୍ନା ମହମ୍ମଦ ମଲ୍ଲିକ ଯୋଗଦେଇଥିଲେ।ସେହିପରି ଭାରତୀୟ ଦୂତାବାସର କାଉନସେଲର ଏବଂ ଦ୍ଵିତୀୟ ସଚିବ, ପ୍ରେସ୍, ସୂଚନା, ସଂସ୍କୃତି ଏବଂ ଶିକ୍ଷା ସତ୍ୟଶ୍ରୀ ଲାଲ୍ ମଧ୍ୟ ଉପସ୍ଥିତ ଥିଲେ। ଉତ୍ସବରେ ପୋଲାଣ୍ଡ ଅଧିବାସୀ କୁମାରୀ ଜୋଫିଆ ଲିଚୋଟା ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ। ସେହିପରି ପ୍ରବାସୀ ଓଡ଼ିଆ ଭଉଣୀ ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଏବଂ ପୁରୁଣା ଓଡ଼ିଆ ଗୀତରେ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY