Home / ମୁଖ୍ୟ ଖବର / ବର୍ଷକେ ଥରେ ସାକ୍ଷୀଗୋପାଳ ମନ୍ଦିରରେ ହୁଏ ଚାଉଳ ଭୋଗ

ବର୍ଷକେ ଥରେ ସାକ୍ଷୀଗୋପାଳ ମନ୍ଦିରରେ ହୁଏ ଚାଉଳ ଭୋଗ

makar chaula

ସତ୍ୟବାଦୀ,ତା୧୫-୧-୨୦୨୪-ପବିତ୍ର ମକର ସଂକ୍ରାନ୍ତୀ ଅବସରରେ ଉତ୍ସବ ମୁଖର ହୋଇଉଠିଛି ପବିତ୍ର ଭାରତବର୍ଷ। ଭାରତବର୍ଷର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ଏହି ପର୍ବ ପାଳିତ ହୁଏ। ପୂର୍ବ ଭାରତରେ ମକର ସଂକ୍ରାନ୍ତୀ ନାମରେ ଏହି ପର୍ବ ପାଳିତ ହୁଏ । ଏହି ଅବସରରେ ସାକ୍ଷୀଗୋପାଳ ମଧ୍ୟ ଉତ୍ସବ ମୁଖର ହୋଇଉଠିଛି।

ମକର ସଂକ୍ରାନ୍ତୀ ପୂର୍ବ ଦିନ ବାପଘରୁ ମକର ଭାର ଧରି ମନ୍ଦିର କୁ ଫେରିଛନ୍ତି ମହାଲକ୍ଷ୍ମୀ। ପ୍ରଚଳିତ ବିଧି ବ୍ୟବସ୍ଥା ଅନୁଯାୟୀ ମାସନ୍ତରେ ସ୍ଥାନୀୟ ଦାସବିଦ୍ୟାଧରପୁର ପଞ୍ଚାୟତର ବସନ୍ତପୁର ଗ୍ରାମର ଦେବରାଜ ସାହୁଙ୍କ ଘରୁ ଦୂଇଟି ଓଳିଆରେ ନୁଆ ଅରୁଆ ଚାଉଳ, ନଡ଼ିଆ, ପାଚିଲା କଦଳୀ, ଧନୁମୁଁଆ, ଫୁଲମାଳ ଏବଂ ଠାକୁର ଙ୍କ ଲାଗି ନିମନ୍ତେ ନୂତନବସ୍ତ୍ର ସହ ମନ୍ଦିର ନିକଟରେ ପହଞ୍ଚନ୍ତି ମା ଲକ୍ଷ୍ମୀ। ସେବାୟତ ମାନେ, ଛତିତ୍ରାସ, ଘଣ୍ଟ, ବାଜା, ମହୁରୀ, ବିଜେ କାହାଳୀ ଓ ଛାମୁ ମଶାଲ ସହିତ ମକର ଭାରୂଆଙ୍କ ସହ କୁଣିଆଙ୍କୁ ମନ୍ଦିର କୁ ପାଛୋଟି ଆଣନ୍ତି । ମହାଲକ୍ଷ୍ମୀଙ୍କ ଭାର ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଗୁଆପାହଚରେ କ୍ଷୀର ଉତୁରା ପର୍ବ ଆରମ୍ଭ ହୋଇଥାଏ। ମନ୍ଦିର ସିଂହାସନ ଚାରିପାଖେ ତିନି ଘେରା ଓ ବେଢ଼ାରେ ୬ଘେରା ଏପରି ନବାଙ୍କ ବେଢ଼ା ନୀତି ସମ୍ପନ୍ନ ହୋଇଥାଏ। ବର୍ଷ ସାରା ଆଦୌ ଚାଉଳ ଭୋଗ ଲାଗି କରାଯାଉନଥିବା ସାକ୍ଷୀଗୋପାଳ ଠାକୁରଙ୍କୁ ବର୍ଷକୁ ଏହି ମକର ସଂକ୍ରାନ୍ତି ପର୍ବରେ, ଗୋଟିଏ ଦିନ, ମକରଭାରରେ ମକର ଚାଉଳ ସ୍ଵତନ୍ତ୍ର ଲାଗି କରାଯାଏ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply