Home / ଶିକ୍ଷା / ଇନ୍ଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ଇନ୍ଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

img 20240121 wa0000

ଇନ୍ଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ
ହସ୍ତକଳାରେ ମନ ମୋହିଲେ ଛାତ୍ରୀ

ଡେଲାଙ୍ଗ:୧୯.୧.୨୪
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଟିତ ହୋଇଯାଇଛି ବାର୍ଷିକ ଉତ୍ସବ ୨୦୨୪।
ଉକ୍ତ କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ବିନୋଦ ପ୍ରାମାଣିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନିହାର ରଞ୍ଜନ ସ୍ୱାଇଁ ମୂଖ୍ୟ ବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରମିଳା ସେନାପତି, ସମିତି ସଭ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ବେହେରା, ଡାକ୍ତର ସନ୍ତୋଷ ନାୟକ , ତୋଫାନ ନାୟକ, ଧ୍ରୁବ ଚରଣ ବରାଳ, ପ୍ରଶନ୍ନ ପାତ୍ର, ଶିକ୍ଷାବିତ୍ ଲକ୍ଷ୍ମିପ୍ରସାଦ ପାଣି ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ୍ କରିଥଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ଉତ୍ସବରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ଛାତ୍ର ଛାତ୍ରୀ ମାନେ ବିର ବାଦ୍ୟର ତାଳେ ତାଳେ ଏବଂ ପୁଷ୍ପ ସିଞ୍ଚନ କରି ଅତିଥି ମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ , ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତୀ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଏବଂ ଧୂପ ଦୀପ ଦାନ ସହିତ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ, ସଭା ଆରମ୍ଭରେ ଡେଲାଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ବିନୋଦ ପ୍ରାମାଣିକ ଙ୍କ ମଧୁର ଗୀତ ସଭିଙ୍କ ମନ ମୋହିଥିଲା, ସୁନ୍ଦର୍ ଗୀତ ଏବଂ ଶିକ୍ଷଣୀୟ ଭାଷଣ ଜରିଆରେ କିଛି ସମୟ ପାଇଁ ସଭିଙ୍କୁ ହଜାଇଦେଇଥିଲେ ଶ୍ରିଯୁକ୍ତ ପ୍ରାମାଣିକ। ଅତିଥି ମାନଙ୍କ ଅଶ୍ରିବଚନ ପରେ ପରେ ଶିକ୍ଷା,ଶୃଙ୍ଖଳା, ସ୍ୱାସ୍ଥ୍ୟବାନ୍, ସମୟାନୁବାର୍ତିତା, ସ୍ୱେଚ୍ଛାକୃତ ସେବା, କ୍ରିଡ଼ା ଏବଂ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରୀ , ଛାତ୍ର ମାନଙ୍କୁ ସମ୍ମାନୀତ ଏବଂ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ସାଜିଥିଲା ଛାତ୍ରୀ ସିଲୀ ବରାଳ ଙ୍କ ହାତ ତିଆରି କାଗଜ ଫୁଲ ତୋଡା, ସମସ୍ତ ଅତିଥିଙ୍କର ପ୍ରଶଂସାର ପାତ୍ର ହେବା ସହିତ ୫୦୦ ଶହ ଟଙ୍କାର ପୁରସ୍କାର ମଧ୍ଯ ପାଇଥିଲେ।
ପରେ ପରେ ଛାତ୍ର ଛାତ୍ରୀ ମାନେ ନାଚ ଗୀତରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଶେଷରେ ବାର୍ଷିକ ଉତ୍ସବର ମୂଖ୍ୟ ଆକର୍ଷଣ ଥିଲା ନାଟକ “ମୁଠାଏ ଚାଉଳ ଗୋଟାଏ ଟଙ୍କା”, ନିଖୁଣ ଅଭିନୟ ଦ୍ୱାରା ସଭିଙ୍କ ମନ ମୋହିଥିଲେ କଳାକାର ମାନେ।
ଶେଷରେ ନିଜସ୍ୱ ପ୍ରଚେଷ୍ଟା ଏବଂ ଅଭିଭାବକ ମାନଙ୍କ ସହାୟତା ରେ ବିଦ୍ୟାଳୟ ରେ ପ୍ରଥମ ଥର ପାଇଁ ଆୟୋଜିତ ବାର୍ଷିକ ଉତ୍ସବର ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହିତ ସଭିଙ୍କୁ ଧନ୍ୟବାଦ୍ ଜଣାଇଥିଲେ ପ୍ରଧାନ ଶିକ୍ଷକ ବିକ୍ରମ କୁମାର ପାତ୍ର, ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସିଂହାରୀ ଆଲୋକ ଖୁଣ୍ଟିଆ

SPREAD YOUR LOVE WITH YOUR FRIENDS AND FAMILY

Leave a Reply